Categories: ଜାତୀୟ

ନିକି ହତ୍ୟା ମାମଲା: ପୁଣି ବଢିଲା ସାହିଲଙ୍କ ରିମାଣ୍ଡ ଅବଧି

ନୁଆଦିଲ୍ଲୀ,୨୦।୨: ନିକି ଯାଦବଙ୍କ ହତ୍ୟା ମାମଲାରେ କୋର୍ଟ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ରିମାଣ୍ଡକୁ ଆଉ ଦୁଇ ଦିନ ବୃଦ୍ଧି କରିଛନ୍ତି। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ସାହିଲଙ୍କୁ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଥିଲା।

ଏହି ମାମଲାରେ ଶନିବାର ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ବାପା ବିରେନ୍ଦ୍ର ସିଂ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରଙ୍କୁ ନିକିଙ୍କୁ ହତ୍ୟା କରିବାରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ କରିଥିଲା। ଏଥିରେ ନୂଆଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ମଧ୍ୟ ସାମିଲ ଥିବା ଜଣାପଡିଥିଲା।

Share