ଗୋଟିଏ ହଁ ରେ ରାତାରାତି ଷ୍ଟାର ପାଲଟିଯାଇଥିଲେ ଶିଳ୍ପା

ମୁମ୍ବାଇ: ନିଜର ଅଭିନୟ ଓ ଫିଟନେସକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିଳ୍ପା ସେଟ୍ଟି ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ଶିଳ୍ପା ଏବେ ‘ନିକମ୍ମା’ ଫିଲ୍ମକୁ ନେଇ ଅଛନ୍ତି ଚର୍ଚ୍ଚାରେ । ଅଭିମନ୍ୟୁ ଦଶାନୀ ଓ ଶର୍ଲି ସେତିଆଙ୍କ ସହ ଶିଳ୍ପା ଏହି ମୁଭିରେ ନଜର ଆସିବେ । ଷ୍ଟାରକାଷ୍ଟମାନେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଏବେ ଶିଳ୍ପା ଏକ ସାକ୍ଷାତ୍‌କାରରେ ଅନେକ ମନକଥା ଖୋଲା ଖୋଲି ଭାବେ କଥା ହୋଇଛନ୍ତି । କେମତି ମାତ୍ର ୧୭ ବର୍ଷ ବୟସରେ ଗୋଟିଏ ହଁ ହିଁ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା ସେ କଥା କହିଛନ୍ତି ଅଭିନେତ୍ରୀ ।
ଯେତେବେଳେ ଶିଳ୍ପା ଏକାଦଶ ଶ୍ରେଣୀରେ ପାଠପଢୁଥିଲେ ସେତେବେଳେ ତାଙ୍କୁ ଏକ ବିଜ୍ଞାପନ ପାଇଁ ଅଫର ଆସିଥିଲା । ଆଉ ଏଥିରେ କାମ କରିବାକୁ ପ୍ରଥମେ ତାଙ୍କ ପିତା ରାଜି ହୋଇଯାଇଥିଲେ । ଏହି ବିଜ୍ଞାପନ କରିବା ସମୟରେ ୟଶ ଚୋପ୍ରାଙ୍କ ଆସିଷ୍ଟାଣ୍ଟ ଦିଲିପ ନାଇକଙ୍କର ନଜର ପଡିଥିଲା ଶିଳ୍ପାଙ୍କ ଉପରେ । ଏହାପରେ ସେ ଶିଳ୍ପାଙ୍କୁ ଅଭିନୟ ପାଇଁ ଅଫର କରିଥିଲେ । ହେଲେ ବିଜ୍ଞାପନ ଶୁଟିଂ ସମୟରେ ଶିଳ୍ପାଙ୍କ ମାଆ ତାଙ୍କ ପାଖରେ ଥିବାରୁ ତାଙ୍କ ଝିଅ ଅଭିନୟ କରିବେ ନାହିଁ ବୋଲି ସେ ସିଧା ସିଧା ମନା କରି ଦେଇଥିଲେ । କାରଣ ଥିଲା ସେତେବେଳେ ଶିଳ୍ପାଙ୍କୁ ହୋଇଥିଲା ମାତ୍ର ୧୭ ବର୍ଷ । ଏପଟେ ଶିଳ୍ପା କହିଥିଲେ ଅଭିନୟ କରିବାକୁ ମୋ ବାପା ମୋତେ ଅନୁମତି ଦେବେ ନାହିଁ । ଏହାପରେ ଦିଲିପ ନାଇକ ଶିଳ୍ପାଙ୍କ ଘରେ ପହଞ୍ଚିବା ସହ ସେ ଆକ୍ଟିଂ କରନ୍ତୁ ବୋଲି ତାଙ୍କ ପିତାଙ୍କୁ ବୁଝାଇଥିଲେ । ଏହାପରେ ରତନ ଜୈନ ଓ ଅବ୍ୱାସଙ୍କ ଫୋନ ଆସିଥିଲା ଶିଳ୍ପାଙ୍କ ନିକଟକୁ । ତେବେ ଏଥର ସେ ଅଭିନୟ କରିବାକୁ ହଁ କରିଦେଇଥିଲେ ସତ ହେଲେ ଥିଲା ଏକ ସର୍ତ୍ତ । ତାହା ହେଉଛି ସ୍କ୍ରିନରେ ସେ କିସିଂ ସିନ୍ କରିବେ ନାହିଁ ବୋଲି କହିଥିଲେ । ତେବେ ଫିଲ୍ମରେ ଆଦୌ କିସିଂ ସିନ୍ ନାହିଁ ବୋଲି ନିର୍ମାତା ସ୍ପଷ୍ଟ କରିଥିଲେ । ଏହାପରେ ଶିଳ୍ପା ରାତାରାତି ପାଲଟି ଯାଇଥିଲେ ଷ୍ଟାର ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri