Categories: ଜାତୀୟ

କଂଗ୍ରେସ ଏଏପି କଳିରେ ଭାଜପାକୁ ଲାଭ!

ନୂଆଦିଲ୍ଲୀ,୨୦।୮: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଧୀରେ ଧୀରେ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳୁଛି। କଂଗ୍ରେସ ୨୪ ନିର୍ବାଚନରେ ଦିଲ୍ଲୀରେ ଏକା ଲଢିବା ନେଇ ଘୋଷଣା କରିବା ପରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଭିତରେ ମତଭେଦ ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ଭାଜପା ଇଣ୍ଡିଆ ମେଣ୍ଟକୁ କଟାକ୍ଷ କରିଛି। ଦିନକ ପୂର୍ବରୁ ଗଂଗ୍ରେସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିବା ସହ ପୂର୍ବ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତଙ୍କ ନେତୃତ୍ୱ ନିଜ ସହ ତୁଳନା କରିବାକୁ ଚ୍ୟାଲେଞ୍ଜ କରିଥିଲା। ତେବେ ଏନେଇ ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଏକ୍ସ (ପୂର୍ବରୁ ଟ୍ବିଟର)ରେ କହିଛନ୍ତି, ବିବାହ କରିବା ପୂର୍ବରୁ ତିନ ତଲାକ।

Share