Posted inଜାତୀୟ

‘ନୀତିଶ କୁମାରଙ୍କ ନାଁ ବି ବଦଳିଯିବ’

ପାଟନା,୨୧।୮: ପାଟନାରେ ଏକ ପାର୍କର ନାମ ପରିବର୍ତ୍ତନ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ। ଏହାକୁ ରାଜନୀତି ସରଗରମ ହୋଇଛି। କଙ୍କଡବାଗରେ ଅବସ୍ଥିତ ଏକ ପାର୍କର ନାମ ପୂର୍ବରୁ କୋକନଟ୍‌ ପାର୍କ ଥିଲା କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଅଟଳ ପାର୍କ ରଖାଯାଇଥିଲା। ଏବେ ପୁଣି ଏହାର ନାମ କୋକନଟ୍‌ ପାର୍କ ରଖାଯାଇଛି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।
ନିତ୍ୟାନନ୍ଦ  କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀ ଭାରତ ଏବଂ ବିହାରର ହୃଦୟରେ ଅଛନ୍ତି। ସେମାନେ ପାର୍କର ନାମ ପରିବର୍ତ୍ତନ କରି ଅଟଳ ବିହାରୀ ବାଜପେୟୀଙ୍କ ନାମକୁ ଅପବିତ୍ର କରିବାକୁ ଚାହୁଁଛନ୍ତି। ଏହା ଏକ ବଡ ପରିବର୍ତ୍ତନ। ଭାରତ ରତ୍ନ ଅଟଳଜୀଙ୍କ ନାମ ପରିବର୍ତ୍ତନ କରିବା ଅତ୍ୟନ୍ତ ଅପମାନଜନକ। ଯଦି ଏହା ବନ୍ଦ ନ ହୁଏ ତେବେ ତେଜସ୍ବୀ ଯାଦବ ମଧ୍ୟ ଦିନେ ନୀତିଶ କୁମାରଙ୍କ ନାମ ପରିବର୍ତ୍ତନ କରିଦେବେ। ନାଁ ପରିବର୍ତ୍ତନ ନ କରିବାକୁ ନୀତୀଶ କୁମାରଙ୍କୁ ଅନୁରୋଧ କରାଯାଇଛି।
ଜେଡିୟୁ ଜାତୀୟ ସଭାପତି ଲଲନ ସିଂ କହିଛନ୍ତି , ଯଦି ନରେନ୍ଦ୍ର ମୋଦିଙ୍କ ସରକାର ୨୦୨୪ରେ ଆସନ୍ତି, ତେବେ ସେ ଆମ୍ବେଦକରଙ୍କ ସମ୍ବିଧାନର ନାମକୁ ‘ନରେନ୍ଦ୍ର ମୋଦି ସମ୍ବିଧାନ’ ରେ ପରିବର୍ତ୍ତନ କରିଦେବେ। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଲଲନ ସିଂ ଆଦୌ ସମ୍ବିଧାନ ବୁଝନ୍ତି ନାହିଁ। ଆମ୍ବେଦକରଙ୍କ ସମ୍ବିଧାନ ସହିତ ନରେନ୍ଦ୍ର ମୋଦି ସାଢେ ନଅ ବର୍ଷ ମଧ୍ୟରେ ଦେଶ ତଥା ସମାଜର ସେବା କରିଛନ୍ତି।

ଭାରତର ଆଇନ ବ୍ୟବସ୍ଥା ଅପେକ୍ଷା ପାକିସ୍ତାନର ଆଇନ ବ୍ୟବସ୍ଥା ଭଲ ବୋଲି ଜେଡିୟୁ ଅଭିଯୋଗ କରିଛି। ଏହା ଉପରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି ଯେ, ଜେଡିୟୁଲୋକ ଥରେ ପାକିସ୍ତାନ ଗସ୍ତ କରିବା ଉଚିତ୍‌। ମୁଦ୍ରାସ୍ଫୀତି, ଆତଙ୍କବାଦର ରାଜତ୍ୱକୁ ଦେଖିବା ଉଚିତ୍‌। ଭାରତର ଲୋକମାନେ ପାକିସ୍ତାନ ମୁର୍ଦାବାଦ କୁହନ୍ତି କିନ୍ତୁ ଜେଡିୟୁ-ଆରଜେଡି ଏବଂ କଂଗ୍ରେସର ଲୋକମାନେ ପାକିସ୍ତାନ ଜିନ୍ଦାବାଦ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri