ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ): ଆଜି ପବିତ୍ର ଦୀପାବଳୀ ତଥା ମା’କାଳୀଙ୍କ ପୂଜା ଆଜିର ଦିନରେ ଘରେ ଘରେ ଏହି ପର୍ବ ପାଇଁ ଉତ୍ସବ ମୁଖର ବ୍ୟବସାୟୀ ମାନେ ତାଙ୍କ ଅନୁଷ୍ଠାନରେ ପୂଜାର୍ଚନା କରୁଥିବା ବେକେ ଗାଡି ମୋଟର ପୂଜାର୍ଚନା କରାଯାଉଛି।
ସେହିପରି ପିତୃପୁରୁଷଙ୍କୁ ଶ୍ରାଦ୍ଧଦାନ ସହ ଘର ରଙ୍ଗୋଲିରେ ସଜ୍ଜିତ ସହ ଆଲୋକ ବଣରେ ଘର ଜଝଲସି ଉଠିଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଦୀପାବଳିର ଖୁସି ଦେଖିବାକୁ ମିଳୁଛି ।
ଏଥିରେ କଳାକାର ମାନେ ମଧ୍ୟ ପଛରେ ନାହାନ୍ତି ଦାରିଙ୍ଗବାଡିର ଯୁବ ଡିଜିଟାଲ କଳାକାର ନିହାର ରଞ୍ଜନ ସାହୁ ତାଙ୍କ ଡିଜିଟାଲ କଲମରେ ମା’କାଳୀଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି। ଦର୍ଶକ ତାଙ୍କୁ ଅନେକ ପ୍ରଂଶସା ସହ ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ପାର୍ବପର୍ବାଣି ହେଉ କି ଦେଶ ବିଦେଶରେ କ୍ରିକେଟ ଖେକ ହେଉ କେତେବେକେ ଦେଶକୁ ସୁରକ୍ଷା ଦେଉଥିବା ଯବାନ ମାନଙ୍କ ଚିତ୍ର ଏହି ଡିଜିଟାଲ ମାଧ୍ୟମରେ ଆଙ୍କି ସମସ୍ତଙ୍କୁ ସମର୍ପି ଦିଅନ୍ତି। ନିହାର ସେ ଡିଜିଟାଲ ଆର୍ଟରେ ଉଚ୍ଚ ପ୍ରଂଶସା ସାଉଁଣ୍ଟୁ ଛନ୍ତି।


