Categories: ଜାତୀୟ

ରେବ୍‌ ପାର୍ଟିରେ ଅଭିନେତାଙ୍କ ଝିଅ ଅଟକ, ବାପା କହିଲେ ..

ହାଇଦ୍ରାବାଦ୍‌,୪।୪: ରବିବାର ବିଳମ୍ବିତ ରାତିରେ ଏକ ୫ ତାରକା ହୋଟେଲରେ ରେବ ପାର୍ଟି ଚାଲିଥିବା ବେଳେ ହାଇଦ୍ରାବାଦ୍‌ ପୋଲିସ ଚଢ଼ାଉ କରି ୧୪୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଟଲିଉଡ୍‌ର ଜଣାଶୁଣା ଅଭିନେତା ନାଗା ବାବୁଙ୍କ ଝିଅ ନିହାରିକା କୋନିଡେଲା।

ବଞ୍ଜାରା ହିଲରେ ଥିବା ରାଡିସନ ବ୍ଲୁ ହୋଟେଲର ପବ୍‌ ଉପରେ ରାତି ୩ଟା ବେଳେ ପୋଲିସ ଚଢ଼ାଉ କରିଥିଲା। ପୋଲିସ ଅଧିକାରୀଙ୍କୁ କୋକେନ ଓ ବହୁ ପରିମାଣରେ ଡ୍ରଗ୍‌ସ ମିଳିଛି। କିଛି ଲୋକଙ୍କ ପକେଟରୁ କୋକେନ ପକେଟରୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ମିଳିଛି। ସେମାନେ ଚଢ଼ାଉ ବେଳେ ତାହା ଫୋପାଡ଼ିବାକୁ ଉଦ୍ୟମ କରିଥିଲେ। ଅନ୍ୟପକ୍ଷରେ ଝିଅ ନିହାରିକା ଗିରଫ ହେବା ପରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେଥିରେ ପବ୍‌ରେ ଉପସ୍ଥିତ ରହିବା ପାଇଁ ତାଙ୍କୁ ଗିରଫ କରାଯାଇଛି। ଆଉ ତାଙ୍କର ଡ୍ରଗ୍ସ ସହ କୌଣସି ସମ୍ପୃକ୍ତି ନାହିଁ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share