କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳୀ

ବାରିପଦା ଅଫିସ,୧୯।୧୨: ମୟୂରଭଞ୍ଜ ଜିଲା ମୁଖ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ରହିବା ପାଇଁ ନାଇଟ୍‌ ସେଲ୍‌ଟର(ରାତ୍ର ଆଶ୍ରୟସ୍ଥଳୀ) ବ୍ୟବସ୍ଥା ରହିଛି। କୌଣସି ବ୍ୟକ୍ତି ରାତିରେ ଖୋଲା ଆକାଶ କିମ୍ବା ଫୁଟପାଥ୍‌ରେ ନ ରହିବାକୁ ଜିଲା ପ୍ରାଶସନ ପକ୍ଷରୁ ଚିଠି ନଂ.୨୪୯୪/୪ ଡିସେମ୍ବରରେ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ବାରିପଦା ପୌରାଞ୍ଚଳରେ ଆବଶ୍ୟକତାକୁ ଲକ୍ଷ୍ୟ କରି ଅଧିକ ୬ଟି ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଅଯାଇଛି। ମାତ୍ର ୨୦୧୨ରେ ବାରିପଦା ପୌର ପରିଷଦ ଦ୍ୱାରା ନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟର ଆଶ୍ରୟସ୍ଥଳୀ ଏବେ ଭୂତକୋଠି ପାଲଟିଥିବା ବେଳେ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଫଳରେ ଆଦିବାସୀ ଅଧ୍ୟୁଷିତ ଏହି ଜିଲାରେ ସରକାରଙ୍କ ଜନାଭିମୁଖି ଯୋଜନାର ସୁଫଳ ଲୋକେ ପାଇ ପାରୁନାହାନ୍ତି।
ପିଆର୍‌ଏମ୍‌ ମେଡିକାଲ କଲେଜ ଓ ଡାକ୍ତରଖାନା ପାର୍ଶ୍ୱ ୱାର୍ଡ ନଂ.୯ରେ ନିର୍ମାଣ କରାଯାଇଥିବା ଏହି ଆଶ୍ରୟସ୍ଥଳୀର ଦାୟିତ୍ୱ ଏକ ସ୍ବେଚ୍ଛାସେବୀ ସଂସ୍ଥା ନେବା ପରେ ୨୦୧୭ରେ ଏହାର ଅବଧି ସମ୍ପୂର୍ଣ୍ଣ ହୋଇଥିଲା। ଏହା ପରଠାରୁ ଅଦ୍ୟାବଧି ଏହି ଆଶ୍ରୟସ୍ଥଳୀକୁ କୌଣସି ସଂସ୍ଥାକୁ ପ୍ରଦାନ କରାଯାଇ ନ ଥିବାରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଆଶ୍ରୟହୀନ ଭାବେ ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ, ଫୁଟ୍‌ପାଥ, ଦୋକାନ ବାରଣ୍ଡା ଓ ଗଛମୂଳ ଆଦି ସ୍ଥାନରେ ଆଶ୍ରୟ ନେଉଥିବା ଲୋକଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ଥିବା ବେଳେ ୫୦ଲୋକଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ ରହିଛି। ରୋଜଗାର କରୁଥିବା ବ୍ୟକ୍ତିମାନେ ଏଠାରେ ସର୍ବନିମ୍ନ ୨୦ଟଙ୍କା ଦେଇ ୨୪ଘଣ୍ଟା ରହିବାର ସୁବିଧା କରାଯାଇଥିବା ବେଳେ ଦିବ୍ୟାଙ୍ଗ ଓ ଅନାଥଙ୍କ ପାଇଁ ମାଗଣା ରହିବାର ବ୍ୟବସ୍ଥା ରହିଛି। ମାତ୍ର ଆଶ୍ରୟସ୍ଥଳୀଟି ଦୀର୍ଘ ୩ବର୍ଷ ହେଲା ବନ୍ଦ ପଡ଼ିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏପରିକି ପିଆର୍‌ଏମ୍‌ ମେଡିକାଲକୁ ଆସୁଥିବା ଗରିବ ରୋଗୀ ଓ ସମ୍ପର୍କୀୟମାନେ ଫୁଟ୍‌ପାଥରେ ରାତି କଟାଉଥିବା ରୋଗୀ ସମ୍ପର୍କୀୟ ଧର୍ମପଦ ସିଂ ଓ ବିଶୁ ହେମ୍ବ୍ରମ କହିଛନ୍ତି। ସେହିପରି ଶିମିଳିପାଳ ପାଦଦେଶରୁ ଅଫିସ ଓ ଦୈନନ୍ଦିନ କାର୍ଯ୍ୟରେ ବାରିପଦା ଆସି ଲୋକେ ଘରକୁ ଫେରିପାରୁ ନ ଥିବାରୁ ବାଧ୍ୟ ହୋଇ ବସ୍‌ଷ୍ଟାଣ୍ଡ, ଦୋକାନ ପିଣ୍ଡା କିମ୍ବା ରାସ୍ତା କଡ଼ ଖୋଲା ଆକାଶ ତଳେ ଶୀତକାକରରେ ରାତ୍ରୀଯାପନ କରୁଛନ୍ତି। ଅଦରକାରୀ ଭାବେ ପଡ଼ିରହିଥିବା ଆଶ୍ରୟସ୍ଥଳୀକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ଦାବି କରିଛନ୍ତି। ଏ ସମ୍ପର୍କରେ ସଦର ଉପଜିଲାପାଳ ତଥା ପୌର ପରିଷଦର ନିର୍ବାହୀ ଅଧିକାରୀ ପି. ଅନ୍ବେଷା ରେଡ୍ଡିଙ୍କୁ ପଚାରିବାରୁ ପୌର ପରିଷଦ ପକ୍ଷରୁ ଉକ୍ତ ଆଶ୍ରୟସ୍ଥଳୀର ମରାମତି କାର୍ଯ୍ୟ ଚାଲୁଅଛି। ଖୁବ୍‌ଶୀଘ୍ର ଏହା ପୁନଃକାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri