ଛତିଶଗଡ଼, ଆନ୍ଧ୍ରକୁ ରାତିଅଧିଆ ବାଲି ଚୋରାଚାଲାଣ

ନବରଙ୍ଗପୁର,୨୨ା୫(ବି.ପ୍ର.): ନବରଙ୍ଗପୁର ଜିଲାରୁ ଛତିଶଗଡ ଓ ଆନ୍ଧ୍ରକୁ ପ୍ରତିଦିନ ଶହଶହ ଟ୍ରକ୍‌ ବାଲି ଚୋରାଚାଲାଣ ହେଉଛି । ପ୍ରଶାସନର ଜାଣତରେ ବାଲି ମାଫିଆମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି । ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି । ଏଥିଯୋଗୁ ବାଲି ମାଫିଆ ମାଲାମାଲ ହେଉଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପ୍ରଶାସନର ପାରିବାପଣିଆ ଉପରେ ଆଙ୍ଗୁଠି ଉଠାଇଛନ୍ତି ସ୍ଥାନୀୟ ଲୋକେ l ଭାସ୍କେଲ ନଦୀ ବାଲି ଘାଟରୁ ମେଶିନ ସାହାଯ୍ୟରେ ବାଲି ଉଠାଇ ଛତିଶଗଡ ସୀମାନ୍ତରେ ବେଆଇନ ଡମ୍ପିଂ କରି ମାଫିଆମାନେ ସାହସିକତା ଦେଖାଇ ବ୍ୟବସାୟ କରୁଛନ୍ତି l
ନବରଙ୍ଗପୁର ଜିଲା ପ୍ରଶାସନ ଓ ତହସିଲ ପକ୍ଷରୁ କେବଳ ଆଖିଠାର ସଦୃଶ ଗୋଟିଏ କିମ୍ବା ଦୁଇଟି ଗାଡିକୁ ଧରି ଚାଲାଣ କାଟି ନୀରବ ରହୁଛି ପ୍ରଶାସନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା କୋଡ଼ିଙ୍ଗା ତହସିଲ ଅଧୀନରେ। ଯାହାକୁ ନେଇ ଲୋକେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କୋଡ଼ିଙ୍ଗା ତହସିଲ ଅଧୀନରେ ୨୪ ବାଲି ଘାଟ ରହିଛି l ସେମଧ୍ୟରୁ ୭ ବାଲି ଘାଟ ବନ୍ଦ ଥିବା ବେଳେ ୫ ଘାଟ ପୁନଃ ନିଲାମ କରାଯିବ ବୋଲି ଜଣାପଡିଛି। ସେହି ପରିପ୍ରେକ୍ଷୀରେ ‘ପଇଦାପାଲି’ ବାଲିଘାଟରୁ ୪.୩୩ ହେକ୍ଟରରୁ ୩୦୫୧୬ ସିଏମ୍‌ ବାଲି ଶ୍ରମିକମାନଙ୍କ ମାଧ୍ୟମରେ ନଦୀ କଡ଼ରୁ ଉଠାଇବାକୁ ଚୁକ୍ତିନାମା କରିଛନ୍ତି l ଲିଜ ଅବଧି ୨୦୨୪ ଜୁଲାଇ ପର୍ଯ୍ୟନ୍ତ ଥିଲେ ମଧ୍ୟ ଚୁକ୍ତିନାମାର ନିୟମ ଉଲ୍ଲଂଘନ କରୁଛନ୍ତି ଲିଜ୍‌ଧାରୀ l ସେ ନଦୀ କଡ଼ରୁ ବାଲି ନେବାର ଚୁକ୍ତି କରିଥିଲେ ମଧ୍ୟ ଭାସ୍କେଲ ନଦୀର ମଧ୍ୟ ଭାଗରୁ ଅସ୍ଥାୟୀ ସଡ଼କ କରି ମେଶିନ ସାହାଯ୍ୟରେ ଟନ ଟନ ବାଲି ଟିପ୍ପର ମାଧ୍ୟମରେ ଉଠାଇ ଅନ୍ୟ ଜିଲା ଓ ରାଜ୍ୟକୁ ଚୋରା ଚାଲାଣ ହେଉଛି l ଯାହାକୁ ନେଇ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ ରାଉତ ଚଢ଼ାଉ କରି ଜରିମାନା କାଟିଥିବା ଦେଖିବାକୁ ମିଳିଛି l
ସେହିଭଳି ବୋରଗା ବାଲି ଘାଟକୁ ପଦ୍ମନ ବିଷୋୟୀ ଲିଜ୍‌ ନେଇଥିଲା ବେଳେ ୧.୪୭୭ ହେକ୍ଟରରୁ ୧୮୬୫୦ ସିଏମ୍‌ ବାଲି ୨୦୨୬ ଜୁନ ପର୍ଯ୍ୟନ୍ତ ନେବାକୁ ଚୁକ୍ତିନାମା କରିଛନ୍ତି l କିନ୍ତୁ ଏଠାରେ ଛତିଶଗଡର ବାଲି ମାଫିଆମାନେ ପଶି ଆଖି ଦେଖାଇ ଜବରଦସ୍ତ ମେଶିନ ଓ ଟିପ୍ପର ମାଧ୍ୟମରେ ବାଲି ଉଠାଇ ଛତିଶଗଡକୁ ଚାଲାଣ କରୁଛନ୍ତି। କୋଡ଼ିଙ୍ଗା ତହସିଲ ପକ୍ଷରୁ ଜାଣିସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ l ସେଭଳି ଉକ୍ତ ତହସିଲ ଅନ୍ତର୍ଗତ ‘ଉକିଆପାଲି’ ଗ୍ରାମ ନିକଟରେ ପ୍ରଶାସନ ତରଫରୁ କାହାକୁ ବାଲି ଲିଜ ଦିଆଯାଇନଥିବା ବେଳେ ଏଠାରେ ଦିନ ରାତି ଛତିଶଗଡ ଅଞ୍ଚଳର ମାଫିଆମାନେ ଜବରଦସ୍ତ ପଶି ବେଆଇନ ଭାବେ ବାଲି ଛତିଶଗଡ ରାଜ୍ୟକୁ ଚାଲାଣ କରୁଛନ୍ତି। ଯାହାକୁ ନେଇ ବିଗତ ଦିନରେ ଅନେକ ମାଫିଆଙ୍କ ବିରୁଦ୍ଧରେ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ବାଲି ଚାଲାଣ ରୋକିବାରେ ପ୍ରଶାସନ ବିଫଳ ହୋଇଛି l
୨୦୨୨ରେ ଛତିଶଗଡର ବାଲି ମାଫିଆଙ୍କ ବିରୋଧରେ ତତ୍କାଳୀନ ତହସିଲଦାର ସ୍ଥାନୀୟ ଥାନାରେ ଏତଲା ରୁଜୁ କରିବା ସହ ୮ଲକ୍ଷ ଟଙ୍କା ଫାଇନ ପକାଇଥିଲେ ମଧ୍ୟ କେହି ଭୟ କରୁ ନ ଥିବା ଦେଖିବାକୁ ମିଳିଛି l ସେହିଭଳି ଜିଲାର ୧୦ଟି ତହସିଲ ଅଧୀନରେ ଥିବା ଅନ୍ୟ ଘାଟଗୁଡ଼ିକରୁ ମଧ୍ୟ ବେଆଇନ ବାଲି ଉଠାଇ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡକୁ ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି l କୋଡ଼ିଙ୍ଗା ତହସିଲ ପକ୍ଷରୁ ୨୦୨୨-୨୩ରେ ବାଲି ଚାଲାଣ ଚଢ଼ାଉ କରି ୭୩ ଟିପ୍ପରରୁ ୨୨ ଲକ୍ଷ ୫୪ ହଜାର ୨୯୪ ଟଙ୍କା ଆଦାୟ କରାଯାଇଥିଲା। କିନ୍ତୁ ପ୍ରତିଦିନ ୩ ଶହରୁ ଊର୍ଦ୍ଧ୍ୱ ଟିପ୍ପର ବାଲି ଚୋରାଚାଲାଣ ହେଉଥିବା ବେଳେ ଗୋଟିଏ ଆର୍ଥିକ ବର୍ଷରେ ମାତ୍ର ୭୩ ଟିପ୍ପରକୁ ପ୍ରଶାସନ ଧରି ବାହାବା ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l
ସେହିଭଳି ଚଳିତ ୨୦୨୩-୨୪ରେ ବର୍ତ୍ତମାନ ସୁଦ୍ଧା ୭ ଗାଡ଼ିକୁ ଚଢାଉ କରି ୨ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l
ଅନ୍ୟପଟେ ଏସବୁ ଅଭିଯୋଗକୁ ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ସ୍ବୀକାର କରିଥିବା ବେଳେ ଜିଲା ପ୍ରଶାସନ ତରଫରୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇ ଚଢ଼ାଉ ଜାରି ରହିଛି ବୋଲି କହିଛନ୍ତି l ସେହିଭଳି ଛତିଶଗଡକୁ ବାଲି ଚୋରାଚାଲାଣ ରୋକିବାକୁ ଜିଲାପାଳ ଆଗାମୀ ଦିନରେ ଏକ ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଯୋଜନା କରୁଥିବା ବେଳେ ବାଲିଘାଟଗୁଡିକରେ ଚଢ଼ାଉ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri