ପୁଣି ଓଡ଼ିଶାକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ମାଲକାନଗିରି,୨୨।୩(ଡି.ଏନ୍‌.ଏ.): ପୁଣି କରୋନା ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଓ ଲକ୍‌ଡାଉନ ଲାଗୁ କରାଯାଉଛି। ନାଇଟ କର୍ଫ୍ୟୁ ବର୍ତ୍ତମାନ ଓଡ଼ିଶାକୁ ଫେରିଛି। ମାଲକାନଗିରି ଜିଲାରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ଏ ନେଇ ମାଲକାନଗିରି ଜିଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ୨୩ ତାରିଖରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ରାତ୍ର କର୍ଫ୍ୟୁ ଲାଗି ଜିଲା ପ୍ରଶାସନ ତରଫରୁ ନିୟମ କଡ଼ାକଡ଼ି କରାଯାଇଛି। ନାଇଟ କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ। ମାର୍ଚ୍ଚ ୩୧ ତାରିଖ ରାତି ୧୧. ୫୯ ମିନିଟ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ। କର୍ଫ୍ୟୁ ସମୟରେ ସର୍ବସାଧାରଣ ସ୍ଥାନରେ ଦୋଳ ଓ ହୋଲି ପାଳନକୁ ବାରଣ କରାଯାଇଛି। କୋଭିଡ ଗାଇଡଲାଇନ ସହ ୫୦ଜଣଙ୍କୁ ନେଇ ଦୋଳ ମେଳଣ ହେବ। ସେହିପରି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ ଏହି ଯାତ୍ରା ସମାପ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri