୪ ମେଟ୍ରୋରେ ରାତ୍ରକାଳୀନ କର୍ଫ୍ୟୁ

ଅହମଦାବାଦ,୧୬।୩: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅହମଦାବାଦ, ବଡୋଦରା, ସୁରଟ ଏବଂ ରାଜକୋଟ ଆଦି ୪ ମେଟ୍ରୋ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ମାର୍ଚ୍ଚ ୧୭ରୁ ୩୧ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ରାତ୍ର ୧୦ଟାଠାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ସ୍ଥିତିରେ ସୁଧାର ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share