Categories: ଜାତୀୟ

ରାଜସ୍ଥାନ ଯିବାକୁ ହେଲେ ଦରକାର ନେଗେଟିଭ ରିପୋର୍ଟ

ଜୟପୁର,୨୧।୩: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନ ସରକାର ୮ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜମେର, ଭିଲାୱାଡା, ଜୟପୁର, ଯୋଧପୁର, କୋଟା, ଉଦୟପୁର, ସାଗୱାଡା ଏବଂ କୁଶଲଗଡ଼ରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ସୋମବାର ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏପରି କି ସମସ୍ତ ପୌରପାଳିକାରେ ବଜାର ବନ୍ଦ ରହିବ। ରାଜସ୍ଥାନକୁ ଆସିଥିବା ପର୍ଯ୍ୟଟକଙ୍କ ଆର୍‌ଟିପିସିଆର ଟେଷ୍ଟ ହେବ ବୋଲି ସୂଚନା ମିଳିଛି। ଏପରି କି ରାଜସ୍ଥାନ ଯାଉଥିବା ଯାତ୍ରୀଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୁଳକ କରାଯାଇଛି। ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି।

Share