୨୫ ସହରରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ୨୫ଟି ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। ମହାରାଷ୍ଟ୍ରର ୧୦ ଜିଲାରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ରାଜ୍ୟର ନାଗପୁର, ପୁଣେ, ନାସିକ୍‌, ରାୟଗଢର ପନଓ୍ବେଲ ଆଦି ସହରରେ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। ରାତ୍ର ୧୦ଟାଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ଘୋଷଣା କରାଯାଇଛି। ପଞ୍ଜାବରେ ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ଼ ସାହିବ,ଜଳନ୍ଧର, କପୁରତାଲା, ହୋସିଆରପୁର ଆଦି ସହରରେ କର୍ଫ୍ୟୁ ଘୋଷଣା ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ଜାରି ରହିବ। ଗୁଜରାଟରେ ଅହମଦାବାଦ, ବଡ଼ଦୋରା, ସୁରଟ, ରାଜକୋଟ ଆଦି ୪ ମେଟ୍ରୋରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଭେପାଳ, ଇନ୍ଦୋରରେ କର୍ଫ୍ୟୁ ଘୋଷିତ ହୋଇଛି। କେତେକ ଅଞ୍ଚଳରେ ବଜାର ରାତ୍ର ୧୦ ପରେ ନ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି।

Share