ଭୁବନେଶ୍ବର,୭।୧(ବ୍ୟୁରୋ): ଆଜିଠାରୁ ଟ୍ବିନସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏହି କଟକଣା ରାତି ୯ ଟାରୁ ସକାଳ ୫ ଯାଏ ଲାଗିବାକୁ ଥିବା ବେଳେ ଫେବୃୟାରୀ ୧ ଯାଏ ବଳବତ୍ତର ରହିବ। ଏହି ସମୟରେ କୋଭିଡ୍ ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସେମେନ୍ଦ୍ର ପ୍ରିୟଦର୍ଶୀ।
ଟ୍ବିନ୍ ସିଟିରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ। ଦୋକାନ, ମଲ୍, ହୋଟେଲ ମାଲିକଙ୍କ ଦାୟିତ୍ୱ ହେଉଛି କୋଭିଡ୍ ନିୟମ ପାଳନ କରିବା । ନିୟମ ଭଙ୍ଗ ହେଲେ ୭ ଦିନ କିମ୍ବା ଅଧିକ ଦିନ ଯାଏ ଦୋକାନକୁ ସିଲ କରି ଦିଆଯିବ। ତୃତୀୟ ଲହର ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ । ଏଥିପାଇଁ ଲୋକେ ଆମକୁ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।


