ନାଇଟ୍‌ କ୍ଲବ୍‌ରେ ଅଗ୍ନିକାଣ୍ଡ: ୬ ମୃତ, ୮ ନିଖୋଜ

ମାଡ୍ରିଡ,୧ା୧୦: ରବିବାର ଦକ୍ଷିଣ ପୂର୍ବ ସ୍ପେନ୍‌ର ମର୍ସିଆର ଏକ ନାଇଟ୍‌ କ୍ଲବ୍‌ରେ ଅଗ୍ନିକାଣ୍ଡ ଘଟିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ପତ୍ତା ମିଳୁନି। ଏନେଇ ଜରୁରୀକାଳିନ ସେବା ପକ୍ଷରୁ କୁହାଯାଇଛି।

ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପରେ ଅଧିକ ମୃତଦେହ ମିଳିପାରେ ବୋଲି ସନ୍ଦେହ କରଯାଉଛି। ଏହି ନିଆଁ ଯୋଗୁ ବ୍ୟାପିଥିବା ଧୂଆଁରେ ୪ ଜଣ ଅଣନିଃଶ୍ୱାସୀ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳା ଅଛନ୍ତି। ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି, ସେମାନେ ପ୍ରଥମେ ୪ଟି ମୃତଦେହ ପାଇଥିଲେ ଏବଂ ଆଉ ୪୦ ମିନିଟ୍‌ ପରେ ଆଉ ଦୁଇଜଣଙ୍କ ମୃତଦେହ ପାଇଥିଲେ।

Share