Posted inଖେଳ

ଆମେରିକାକୁ ହରାଇ ସେମିରେ ନାଇଜେରିଆ

ଭୁବନେଶ୍ୱର, ୨୨ା୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ବଡ଼ ବିପର୍ଯ୍ୟୟ ଘଟାଇଛି ନାଇଜେରିଆ। ବିଶ୍ୱର ନମ୍ବରଓ୍ବାନ ଦଳ ଆମେରିକାକୁ ପେନାଲ୍ଟି ଶୁଟ୍‌ଆଉଟ ୪-୩ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଦଳ। ପୂର୍ବରୁ ୩ଥର ୨୦୧୦, ୨୦୧୨ ଓ ୨୦୧୪ରେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଥିବା ନାଇଜେରିଆ ପ୍ରଥମଥରପାଇଁ ଏହି ମେଗା ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଆମେରିକା-ନାଇଜେରିଆ ମ୍ୟାଚ ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ରହିଥିଲା। ମ୍ୟାଚର ୨୨ତମ ମିନିଟରେ ପେନାଲ୍ଟି ଏରିଆରେ ଆମେରିକାର ରିଲେ ଜ୍ୟାକସନ ଫାଉଲ୍‌ କରିବାରୁ ନାଇଜେରିଆକୁ ପେନାଲ୍ଟି ମିଳିଥିଲା। ରେଫରିଙ୍କ ନଜରକୁ ଏହା ଆସି ନ ଥିବାରୁ ନାଇଜେରିଆ ଭିଏଆର (ଭିଡିଓ ଆସିଷ୍ଟାଣ୍ଟ ରେଫରି) ନେଇ ସଫଳ ହୋଇଥିଲା। ୨୬ତମ ମିନିଟରେ ଓମାମୁଜୋ ଏଡାଫେ ଗୋଲ ଦେଇ ନାଇଜେରିଆକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ୪୦ତମ ମିନିଟରେ ଆମେରିକାର ଆମାଲିଆ ଭିଲାରିଲ ଗୋଲଟିକୁ ପରିଶୋଧ କରି ଦେଇଥିଲେ। ନିର୍ଦ୍ଧାରିତ ୯୦ ମିନିଟ ଏବଂ ଇଞ୍ଜୁରି ଟାଇମ୍‌ ଅତିରିକ୍ତ ୮ ମିନିଟରେ ଆଉ ଗୋଲ ହୋଇ ନ ଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନିଆ ଯାଇଥିଲା। ଏହି ପର୍ଯ୍ୟାୟରେ ଆମେରିକା ପକ୍ଷରୁ ଇମେରି ଆଡାମ୍ସ, ଟେଲର ସୁଆରେଜ, ମିଆ ଭୁତା ଏବଂ ନାଇଜେରିଆର ଇଡିଡଙ୍ଗ ଇଟିମ, ଇଡେଟ ଓଫିଅଙ୍ଗ, ମିରାକଲ ଉସାନି ଓ ଓମାମୁଜୋ ଇଡାଫେ ଗୋଲ ସ୍କୋର କରିଥିଲେ।
ବ୍ରାଜିଲ-ଜର୍ମାନୀ ମ୍ୟାଚରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଜର୍ମାନୀ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦଳ ପକ୍ଷରୁ ମାରି ଷ୍ଟେନର ୨୩ତମ ମିନିଟରେ ଗୋଲ କରିଥିଲେ। ବ୍ରାଜିଲ ୬ଷ୍ଠ ଓ ଜର୍ମାନୀ ୭ମ ଥରପାଇଁ ବିଶ୍ୱକପ ଖେଳିଥିଲା। ୨୦୦୮ରେ ଜର୍ମାନୀ ୩ୟ ସ୍ଥାନ ଅଧିକାର କରି ଶ୍ରେଷ୍ଠ ସଫଳତା ପାଇଥିଲା। ବ୍ରାଜିଲ ୨୦୧୦ ଓ ୨୦୧୨ରେ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri