ନାଇଜେରିଆ ଚର୍ଚ୍ଚରେ ଗୁଳିମାଡ଼: ୫୦ ମୃତ

ଲାଗୋସ,୭।୬ : ଦକ୍ଷିଣ-ପଶ୍ଚିମ ନାଇଜେରିଆର ଓଣ୍ଡୋ ପ୍ରଦେଶରେ ଥିବା ଏକ ଚର୍ଚ୍ଚରେ ରବିବାର ସମୂହ ପ୍ରାର୍ଥନା ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇବାରୁ ଶିଶୁ ଓ ମହିଳାଙ୍କ ସମେତ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ବନ୍ଧୁକଧାରୀ ସେଣ୍ଟ ଫ୍ରାନ୍ସିସ କାଥୋଲିକ୍‌ ଚର୍ଚ୍ଚରେ ପ୍ରବେଶ କରି ଗୁଳି ଚଳାଇବା ସହ ପୂଜକ ଓ ଅନ୍ୟମାନଙ୍କୁ ଅପହରଣ କରିନେଇଥିଲେ। ଗତ କିଛି ମାସ ହେଲା ନାଇଜେରିଆର ବିଭିନ୍ନ ଅଞ୍ଚଳରେ ହିଂସା ବଢ଼ିବାରେ ଲାଗିଛି। ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି ନାଇଜେରିଆ ରାଷ୍ଟ୍ରପତି ବୁହାରି କହିଛନ୍ତି।

Share