ଏହି ଅଭିନେତ୍ରୀଙ୍କ ନାଁରେ ନିର୍ମାଣ ହେଲା ମନ୍ଦିର, ମୂର୍ତ୍ତିରେ ପ୍ରଶଂସକ ଢାଳିଲେ କ୍ଷୀର

କଲିଉଡରେ ପ୍ରିୟ ସେଲିବ୍ରିଟିଙ୍କ ନାମରେ ମନ୍ଦିର ନିର୍ମାଣ ହେବା ନୂଆ କଥା ନୁହେଁ। କଲିଉଡ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ କେବଳ ଦୁଇଟି ଫିଲ୍ମ ରିଲିଜ ହୋଇଛି ଏବଂ ଏହି ପୋଙ୍ଗଲରେ ମୁକ୍ତିଲାଭ କରୁଥିବା ତୃତୀୟ ଫିଲ୍ମର ଶୁଟିଂ ସେ କରୁଛନ୍ତି। କିନ୍ତୁ ପ୍ରଶଂସକ ମାତ୍ର ୨ଟି ଫିଲ୍ମରେ ତାଙ୍କ ଅଭିନୟରେ ଦିଓ୍ବାନା ହୋଇଯାଇଛନ୍ତି। ପ୍ରଶଂସକ ଏତେ ପାଗଳ ହୋଇଯାଇଛନ୍ତି ଯେ, ଚେନ୍ନାଇରେ ତାଙ୍କ ନାଁରେ ଏକ ମନ୍ଦିର ନିର୍ମାଣ କରିଛନ୍ତି। ମନ୍ଦିରରେ ତାଙ୍କ ମୂର୍ତ୍ତି ରଖି କ୍ଷୀର ଢାଳୁଥିବା ଦେଖାଯାଇଛି। ଏସବୁ ଦେଖି ନିଧି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭାଲେଣ୍ଟାଇନ୍ସ ଡେ ଉପହାର ଦେଇଛନ୍ତି। ମୁଁ ଏହା ଆଶା କରି ନ ଥିଲି କିନ୍ତୁ ମୋତେ ଭଲପାଉଥିବା ପ୍ରଶଂସକଙ୍କ ନିକଟରେ ମୁଁ କୃତଜ୍ଞ ଅଟେ । ଯଦିଓ ନିଧି ଅଗ୍ରୱାଲ ସେହି ମନ୍ଦିରର ପ୍ରକୃତ ସ୍ଥାନ ଜାଣି ନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକ କହିଛନ୍ତି ଯେ ଏହି ମନ୍ଦିର ଚେନ୍ନାଇରେ ଅଛି। ଏହି ମନ୍ଦିରଟି ତାମିଲ ଏବଂ ତେଲୁଗୁ ପ୍ରଶଂସକଙ୍କ ଦ୍ୱାରା ନିର୍ମିତ। ଏହାପୂର୍ବରୁ ଖୁସବୁ, ନମିତା, ହଂସିକା, ରଜନୀକାନ୍ତଙ୍କ ଭଳି କିଛି ଅଭିନେତ୍ରୀଙ୍କ ପାଇଁ ମନ୍ଦିର ନିର୍ମାଣ ହୋଇଛି।

Share