Posted inଖେଳ

ନିଖତ, ଲଭଲିନା ପଦକ ଫେବରିଟ୍‌

ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍‌ ଓ ଲଭଲିନା ବୋର୍ଗୋହେନ୍‌ ଭାରତର ପଦକ ଫେବରିଟ୍‌ ରହିଛନ୍ତି। ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ୧୩ ତମ ସଂସ୍କରଣରେ ୬୫ ଦେଶର ୩୦୦ରୁ ଅଧିକ ବକ୍ସର ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଭାରତୀୟ ଖେଳାଳିଙ୍କ ଚୟନକୁ ନେଇ ବାଦ ବିବାଦ ପରେ ଟୁର୍ନାମେଣ୍ଟ ଆରମ୍ଭ ହେଉଥିବା ବେଳେ ଘରୋଇ ପରିବେଶରେ ଭାରତୀୟ ଖେଳାଳିଙ୍କ ନିକଟରୁ ଦୃଢ ପ୍ରଦର୍ଶନ ଆଶା କରାଯାଉଛି। ପ୍ରଥମ ଥର ପାଇଁ ୬ଥର ବିଶ୍ୱ ଚାମ୍ପିୟନ ଏମ୍‌ ସି ମ୍ୟାରୀକମଙ୍କ ଅନୁପସ୍ଥିତିରେ ଭାରତ ଖେଳୁଥିବା ବେଳେ ଅଲିମ୍ପିକ୍ସ ପଦକ ବିଜୟିନୀ ଲଭଲିନା ଓ ନିଖତ ଜରିନଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ନୂତନ ଓଜନ ବର୍ଗରେ ଉଭୟ ଖେଳାଳି ପ୍ରତିଦ୍ୱନ୍ଦ୍ୱତା କରୁଥିବା ବେଳେ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଉଭୟ ଖେଳାଳିଙ୍କ ପ୍ରାଥମିକତା ରହିବ। ୫୦ କିଗ୍ରା ବର୍ଗରେ ନିଖତ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ଜିତିଥିଲେ। ଅନ୍ୟପକ୍ଷରେ ୭୫ କିଗ୍ରା ଓଜନ ବର୍ଗରେ ଲଭଲିନା ଖାପଖୁଆଇବାକୁ ପ୍ରୟାସ କରିବେ। ପୂର୍ବରୁ ଦୁଇ ଥର ବିଶ୍ୱଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଲଭଲିନା ଘରୋଇ ପରିବେଶରେ ସ୍ବର୍ଣ୍ଣ ହାସଲ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତିତ ରାଜ୍ୟ ଗୋଷ୍ଠୀ ପଦକ ବିଜୟିନୀ ନୀତୁ ଘଘାଂସ (୪୮ କିଗ୍ରା) ଓ ମନୀଷା ମାଉଁ(୫୭ କିଗ୍ରା)ଙ୍କ ନିକଟରୁ ମଧ୍ୟ ପଦକ ଆଶା କରିବ ଭାରତ।

ଅନ୍ୟ ମାନଙ୍କ ମଧ୍ୟରେ ସାକ୍ଷୀ ଚୌଧାରୀ(୫୨), ପ୍ରୀତି(୫୪), ଶଶୀ ଚୋପ୍ରା(୬୩) ଓ ସାନମଚା ଚାନୁ (୭୦ କିଗ୍ରା)ଙ୍କ ନିକଟରୁ ମଧ୍ୟ ଭଲ ପ୍ରଦର୍ଶନର ଆଶା ରହିବ। ରୁଷୀୟ ବକ୍ସରଙ୍କ ଅଂଶଗ୍ରହଣ କାରଣରୁ ଆମେରିକା, ବ୍ରିଟେନ ଓ ଆୟାର୍ଲାଣ୍ଡ ଓହରି ଯାଇଛନ୍ତି। ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ବିଜେତାଙ୍କୁ ୧ ଲକ୍ଷ ଡଲାର, ରୌପ୍ୟ ବିଜେତାଙ୍କୁ ୫୦ ହଜାର ଡଲାର ଓ ବ୍ରୋଞ୍ଜ ବିଜେତାଙ୍କୁ ୨୫ ହଜାର ଡଲାର ପୁରସ୍କାର ଦିଆଯିବ। ୨୦୦୬ରେ ଭାରତରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ଦଳ ୪ ସ୍ବର୍ଣ୍ଣ ସହିତ ୮ ପଦକ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri