Categories: ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର ନୂଆ ସୀମିତ ଓଭର ଅଧିନାୟକ ହେଲେ ନିକୋଲାସ୍‌

ଆଣ୍ଟିଗୁଆ,୪।୫: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌ର ନୂତନ ସୀମିତ ଓଭର ଅଧିନାୟକ ହୋଇଛନ୍ତି ନିକୋଲାସ ପୁରନ୍‌। ଏବେ ସେ ଦିନିକିଆ ଏବଂ ଟି୨୦ ଅନ୍ତର୍ଜାତୀୟ ଦଳର ନେତୃତ୍ୱ ନେବେ। ନିକଟରେ କିରନ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରିଥିଲେ। ଏଥିନେଇ ତାଙ୍କ ସ୍ଥାନରେ ନିକୋଲାସଙ୍କୁ ଏହି ଦାୟିତ୍ୱ ମିଳିଛି। ଗତ ବର୍ଷ ଯାଏ ସେ ଓ୍ବେଷ୍ଟଇଣ୍ଡିଜର ଉପଅଧିନାୟକ ଥିଲେ। ସେହିଭଳି ଶାଇ ହୋପଙ୍କୁ ଦିନିକିଆ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

Share