ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ

ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ ରଚନା କରିଛନ୍ତି। ସେ ୧୯୯୫ରେ ‘ଦ ହର୍ସ ହ୍ବିସପରର୍‌’ ନୋବେଲ ଲେଖି ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲେ। ଏହାର ପ୍ରାୟ ୨୦ ନିୟୁତ କପି ଛପା ହୋଇଥିଲା। ୪୦ଟି ଭାଷାରେ ଏହାର ଅନୁବାଦ କରାଯାଇଥିଲ। ତାଙ୍କର ଏହି ନୋବେଲ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି।
ଉପନ୍ୟାସ ନିକୋଲାସ ଇଭାନ୍ସ କେବଳ ଜଣେ ଲେଖକ ନୁହନ୍ତି, ୧୯୭୦ ଦଶକରେ ସେ ଏକ ଦଶନ୍ଧି ଧରି ଖବରଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାସହ ସେ ସ୍କ୍ରିନ ରାଇଟର୍‌ ଏବଂ ଟେଲିଭିଜନ ନିର୍ମାତା ଥିଲେ।

Share