ମିସ୍‌ ୟୁନିଭର୍ସ ୨୦୨୩ ଟାଇଟଲ ଜିତିଲେ ଶେନିସ ପାଲାଓସିସ୍‌

ମିସ୍‌ ୟୁନିଭର୍ସ(ବ୍ରହ୍ମାଣ୍ଡ ସୁନ୍ଦରୀ)୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍‌। ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ ହୋଇଥିଲା। ୯୦ ଦେଶର ପ୍ରତିଯୋଗୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ। ଶୀର୍ଷ ୩ ସ୍ଥାନରେ ଥାଇଲାଣ୍ଡର ଆନ୍ଟୋନିଆ ପୋର୍‌ସିଲ୍ଡ, ଅଷ୍ଟ୍ରେଲିଆର ମୋରାୟା ଉଇଲସନ୍‌ ଏବଂ ନିକାରାଗୁଆର ଶେନିସ ପାଲାସିଓସ୍‌ ପହଞ୍ଚିଥିଲେ। ଶେଷରେ ଶେନିସ ବାଜି ମାରି ଏହି ପ୍ରତିଯୋଗିତାକୁ ଜିତିଛନ୍ତି।

ପ୍ରତିଯୋଗିତାରେ ଭାରତର ମିସ୍‌ ୟୁନିଭର୍ସ ଇଣ୍ଡିଆ ଶ୍ୱେତା ଶାରଦା ଏବଂ ମିସ୍‌ ୟୁନିଭର୍ସ ପାକିସ୍ତାନ ଏରିକା ରବିନ ଏହାର ଶୀର୍ଷ ୧୦ ଲାଗି ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ହେଲେ ଉଭୟ ଶୀର୍ଷ ୨୦ରେ ସ୍ଥାନ ପାଇ ନିଜ ଦେଶକୁ ଗୌରବାନ୍ବିତ କରିଥିଲେ। ଭାରତୀୟ ସମୟାନୁସାରେ ସକାଳ ୬.୩୦ରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା।

Share