Categories: ନୟାଗଡ଼

ପାସ୍‌ ହାରରେ ନୟାଗଡ଼ ଜିଲା ରାଜ୍ୟରେ ପ୍ରଥମ

ନୟାଗଡ଼ ଅଫିସ,୧।୬: ବୁଧବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ରାଜ୍ୟରେ ବିଜ୍ଞାନରେ ପାସ ହାର ୮୪.୯୩ ଥିବାବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି । ତେବେ ବାଣିଜ୍ୟ ଓ ବିଜ୍ଞାନରେ ପାସ୍‌ ହାରରେ ନୟାଗଡ଼ ଜିଲା ରାଜ୍ୟରେ ଆଗୁଆ ରହି ଗର୍ବ ଓ ଗୌରବ ଆଣିଛି । ନୟାଗଡ଼ ଜିଲାରେ ବିଜ୍ଞାନରେ ପାସ ହାର ୯୬.୪୧ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ପାସ୍‌ହାର ୯୩.୦୯ ପ୍ରତିଶତ ରହିଛି । ନୟାଗଡ଼ ୟୁନିଟେକ ମହାବିଦ୍ୟାଳୟର ଛାତ୍ରୀ ଜୟସିୟା ଆମ୍ବରୀ ୬୦୦ ନମ୍ବରରୁ ୫୬୮ ନମ୍ବର ରଖି ଜିଲାରେ ବାଣିଜ୍ୟ ଟପ୍ପର ହୋଇଛନ୍ତି । ସେହିପରି ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ନୟାଗଡ଼ ଜୁନିୟର କଲେଜ) ର ଯୁକ୍ତ ୨ ବିଜ୍ଞାନର ଓମ୍‌ ଆଶୁତୋଷ ମିଶ୍ର ଓ ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖି ବିଜ୍ଞାନରେ ଯୁଗ୍ମ ଭାବେ ଟପ୍ପର ହୋଇଛନ୍ତି । ବିଜ୍ଞାନ ଜିଲା ଟପ୍ପର ଓମ୍‌ ଆଶୁତୋଷ ମିଶ୍ରଙ୍କର ଘର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକ କଣ୍ଟାବାଡ ମକୁନ୍ଦପୁର ଗଁାରେ । ବାପାଙ୍କର ନଁା ପ୍ରଭାତ କୁମାର ପଣ୍ଡା ଓ ମାଙ୍କର ନଁା ସୂର୍ଯ୍ୟମଣୀ ମିଶ୍ର । ସେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ପଢ଼ୁଥିଲେ ା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୪୩ ନମ୍ବର ରଖିଥିଲେ । ସେହିଭଳି ଅନୁରୂପ ବିଜ୍ଞାନ ଟପ୍ପର ପ୍ରଜ୍ଞାନ ମହାନ୍ତିଙ୍କ ଘର ନୟାଗଡ ବ୍ଲକ ଲେଙ୍କୁଡିପଡା ଗଁାରେ । ବାପାଙ୍କର ନଁା ପ୍ରତାପ ଚନ୍ଦ୍ର ମହାନ୍ତି। ସେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର । ପ୍ରକାଶଯୋଗ୍ୟ, ନୟାଗଡ଼ ଜିଲାରେ ୧୬୪ ଜଣ ବାଣିଜ୍ୟରେ ପରୀକ୍ଷା ଦେଇଥିବାବେଳେ ୧୬୪ଜଣ ପାସ୍‌ କରିଛନ୍ତି । ଏଥିରୁ ୧୧୯ ଜଣ ପ୍ରଥମ ଶ୍ରେଣୀରେ, ୨୦ ଜଣ ୨ୟ କ୍ଲାସରେ ଓ ୧୫ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହିଭଳି ବିଜ୍ଞାନରେ ୨୬୬୨ଜଣ ଛାତ୍ରୀଛାତ୍ର ଜିଲାରେ ଫର୍ମଫିଲପ କରିଥିବାବେଳେ ୨୬୫୧ ପରୀକ୍ଷା ଦେଇଥିଲେ । ୨୫୫୬ ଜଣ ପାସ କରିଛନ୍ତି । ପାସ ଛାତ୍ରୀଛାତ୍ରଙ୍କ ମଧ୍ୟର ୧୬୨୩ ପ୍ରଥମ ଶ୍ରେଣୀରେ, ୭୨୪ଜଣ ୨ୟ ଶ୍ରେଣୀରେ, ୨୦୭ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ୨ଜଣ କମ୍ପାଟମେଣ୍ଟାଲ ମାଧ୍ୟମରେ ପାସ୍‌ କରିଛନ୍ତି ।