Categories: ଜାତୀୟ

ରାଜସ୍ଥାନର ୫ ସ୍ଥାନରେ ଏନ୍‌ଆଇଏର ଚଢାଉ

ଜୟପୁର,୧୭।୫: ଜାତୀୟ ଅନୁସନ୍ଧାନ ବ୍ୟୁରୋ (ଏନ୍‌ଆଇଏ)ବୁଧବାର ରାଜସ୍ଥାନରେ ଚଢାଉ କରିଛି। ସୂଚନାନୁସାରେ, ଜୟପୁର, ଚରୁ, ଅଲୱାର, ହନୁମାନଗଡ, ଗଙ୍ଗନଗର ସମେତ ଅନ୍ୟାନ୍ୟ ସହରରେ ଏନଆଇଏ ଦଳର ଚଢାଉ ଚାଲିଛି। କୁହାଯାଉଛି ଏନ୍‌ଆଇଏ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ଲୁଚି ରହିଥିବା ସ୍ଥାନ ଉପରେ ଚଢାଉ କରିଛି। ଏହା ବ୍ୟତୀତ ଗ୍ୟାଙ୍ଗଷ୍ଟରଙ୍କ ଅନ୍ୟ ସହଯୋଗୀଙ୍କ ଉପରେ ମଧ୍ୟ ଚଢାଉ କରାଯାଇଛି। ଏହି ଚଢାଉରେ ବହୁ ସଂଖ୍ୟକ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି।

ଆତଙ୍କବାଦ-ଡ୍ରଗ ଚୋରା ଚାଲାଣକାରୀ-ଗ୍ୟାଙ୍ଗଷ୍ଟର ନକ୍ସଲ ମାମଲାରେ ହରିୟାଣା, ପଞ୍ଜାବ, ରାଜସ୍ଥାନ, ୟୁପି, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ୧୦୦ରୁ ଅଧିକ ସ୍ଥାନରେ ଏନଆଇଏ ସର୍ଚ୍ଚ କରୁଛି।

Share