Categories: ଜାତୀୟ

ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏନ୍‌ଆଇଏର ଚଢ଼ାଉ: ଟାର୍ଗେଟରେ ଆତଙ୍କବାଦୀଙ୍କ ସାହାଯ୍ୟକାରୀ

ଶ୍ରୀନଗର,୨୪।୧୨: ଆତଙ୍କବାଦୀଙ୍କ ନେଟୱାର୍କକୁ ଭାଙ୍ଗିବା ପାଇଁ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜମ୍ମୁର କଠୁୁଆ ଜିଲାରେ ନାର୍କୋ ଟେରିରିଜମ୍‌ ଏବଂ ଟେରର ଫଣ୍ଡିଂ ମାମଲାରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଯେଉଁଥିରେ ସୀମା ପାର କରି ଡ୍ରଗ୍ସ ଚୋରା ଚାଲାଣ ମାଧ୍ୟମରେ ପାଣ୍ଠି ସଂଗ୍ରହ କରି ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଯାଞ୍ଚ କରାଯାଉଛି। ଅନ୍ୟପଟେ ଚଣ୍ଡିଗଡ଼ରେ ମଧ୍ୟ ଶନିବାର ଏନ୍‌ଆଇଏ ଚଢ଼ାଉ କରିଛି।

Share