Categories: ଜାତୀୟ

ଟେରର ଫଣ୍ଡିଂକୁ ନେଇ ପୁଣି ଆକ୍ସନରେ ଏଜେନ୍ସି! ପଞ୍ଜାବ, ହରିୟାଣା, ଦିଲ୍ଲୀ ସମେତ ୭୦ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୨୧ ।୨: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ଗ୍ୟାଙ୍ଗଷ୍ଟର ଟେରର ଫଣ୍ଡିଂ ମାମଲାକୁ ନେଇ ପୁଣିଥରେ ଆକ୍ସନକୁ ଆସିଯାଇଛି । ଏଥର ଏନଆଇଏର ଟିମ ୭୦ରୁ ଅଧିକ ସ୍ଥାନରେ ଚଢାଉ କରିଛନ୍ତି । ଏଥିରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼, ଗୁଜରାଟ ଓ ମଧ୍ୟ ପ୍ରଦେଶ ସମେତ ଅନ୍ୟ ରାଜ୍ୟ ସାମିଲ ରହିଛି । ଏହି ଚଢାଉ ଟେରର ଫଣ୍ଡିଂକୁ ନେଇ ଗ୍ୟାଙ୍ଗଷ୍ଟର ଓ ସେମାନଙ୍କ ସମ୍ପର୍କୀୟଙ୍କ ଘର ଉପରେ କରାଯାଉଛି ।
ଏନଆଇଏ ଦ୍ୱାରା ଏହି ଚଢାଉ ସମସ୍ତ ସ୍ଥାନରେ ଏକା ସାଙ୍ଗର କରାଯାଉଛି । ଏନଆଇଏର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୬ ଗ୍ୟାଙ୍ଗଷ୍ଟରଙ୍କୁ ପଚରା ଉଚରା ସମୟରେ ଆଉ କେତେଜଣ ଗ୍ୟାଙ୍ଗଷ୍ଟରଙ୍କ ନାମ ସାମ୍ନାକୁ ଆସିଥିଲା । । ଏନଆଇଏ ପଚରାଉଚରା କରିଥିବା ଗ୍ୟାଙ୍ଗଷ୍ଟରଙ୍କ ଘର ଓ ସେମାନଙ୍କ ସହଯୋଗୀଙ୍କ ସହ ଜଡିତ ଅନ୍ୟ ସ୍ଥାନରେ ଚଢାଉ କରାଯାଉଛି । ଏନଆଇଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟରଙ୍କର ବିଦେଶୀ ଲିଙ୍କ ଥିବା ସୂଚନା ମିଳିଛି । ଲରେନ୍ସ ବିଶ୍ନୋଇ ଓ ବନାନା ଗ୍ୟାଙ୍ଗ ନାମରେ ଦେଶରେ ଆତଙ୍କ ପାଇଁ ବହୁତ ଫଣ୍ଡିଂ ରହିଛି ।

Share