Categories: ଜାତୀୟ

୪ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ଏନ୍‌ଆଇଏ, ମୁଣ୍ଡପିଛା ୧୦ ଲକ୍ଷର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୦।୧୨: ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ଏନ୍‌ଆଇଏ) ଲଶ୍କର-ଇ-ତାଇବାର ୪ ଆତଙ୍କାବାଦୀଙ୍କ ବିଷୟରେ ସୂଚନା ଲାଗି ପୋଷ୍ଟର ଜାରି କରିଛି। ପୁଲଓ୍ବାମା ଏବଂ ଅନ୍ୟ ସହରରେ ଏହି ପୋଷ୍ଟର ଲଗାଯାଇଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ମୁଣ୍ଡପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ତେବେ ଏହି ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ଲଶ୍କର ଆତଙ୍କବାଦୀ ସଂଗଠନ ଟିଆର୍‌ଏଫ୍‌ର ଆତଙ୍କବାଦୀ କାର୍ଯ୍ୟକଳାପରେ ଓ୍ବାଣ୍ଟେଡ୍‌ ଅଛନ୍ତି।

ଓ୍ବାଣ୍ଟେଡ୍‌ ୪ ଆତଙ୍କବାଦୀଙ୍କ ମଧ୍ୟରେ ୨ ପାକିସ୍ତାନ ନାଗରିକ ଏବଂ ୨ ସ୍ଥାନୀୟ ମାଓବାଦୀ ଅଛନ୍ତି। ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଏନ୍‌ଆଇଏ କହିଛି। ଏହାଛଡ଼ା ସୂଚନାଦାତାଙ୍କ ବିଷୟ ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ। ଏନ୍‌ଆଇଏ ଏଥିଲାଗି ଏକ ଟେଲିଫୋନ୍‌ ନମ୍ବର ତଥା ହ୍ବାଟ୍ସଆପ୍‌ ନମ୍ବର ଜାରି କରିଛି। ଏହି ନମ୍ବରରେ ଆତଙ୍କବାଦୀଙ୍କ ସମ୍ପର୍କୀତ ସୂଚନା ଶେୟାର କରାଯାଇପାରିବ।

Share