Categories: ଜାତୀୟ

୨୦୨୪ ସୁଦ୍ଧା ପ୍ରତିଟି ରାଜ୍ୟରେ ହେବ ଏନ୍‌ଆଇଏ ଅଫିସ୍‌

ନୂଆଦିଲ୍ଲୀ,୨୭।୧୦: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ରାଜ୍ୟ କ୍ଷେତ୍ରବାହାରେ କ୍ଷମତା ଦିଆଯିବା ସହ ୨୦୨୪ ସୁଦ୍ଧା ପ୍ରତି ରାଜ୍ୟରେ ଏହାର ଶାଖା ଖୋଲିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି। ହରିୟାଣାର ସୂରଯକୁଣ୍ଡଠାରେ ୨ଦିନିଆ ଚିନ୍ତନ ଶିବିରକୁ ଶାହା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶାହା ଅଭିଭାଷଣ ଦେଇ କହିଛନ୍ତି, ସାଇବର ଅପରାଧ, ନିଶାଦ୍ରବ୍ୟ ଚୋରା କାରବାର, ସୀମାପାର ଆତଙ୍କବାଦ, ଦେଶଦ୍ରୋହ ଓ ଅନ୍ୟାନ୍ୟ ଅପରାଧ ମାମଲା ତଦନ୍ତ ଲାଗି ମିଳିତ ଯୋଜନା ପ୍ରସ୍ତୁତ ହେଉଛି। ସହକାରୀ ସଂଘୀୟବାଦର ଲକ୍ଷ୍ୟ ହାସଲ କରିବା ଦିଗରେ ସହଯୋଗ, ସମନ୍ବୟ ଓ ସହକାର୍ଯ୍ୟତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟଗୁଡ଼ିକର ସ୍ବତନ୍ତ୍ର ଅନୁମତି ବିନା ସାରା ଦେଶରେ ଆତଙ୍କବାଦୀ ମାମଲାରେ ତଦନ୍ତ କରିବା କ୍ଷମତା ଏନ୍‌ଆଇଏକୁ ମିଳିଛି। ଏବେ ଏହା ଆତଙ୍କବାଦ ସମେତ ମାନବ ଚାଲାଣ, ଜାଲ୍‌ ନୋଟ୍‌, ନିଷିଦ୍ଧ ଅସ୍ତ୍ର ବିକ୍ରି ଆଦି ମାମଲାର ମଧ୍ୟ ତଦନ୍ତ କରୁଛି ବୋଲି ଶାହା କହିଛନ୍ତି।

Share