Posted inଜାତୀୟ

ପିଏଫ୍‌ଆଇ ମାମଲାରେ ପ୍ରଥମ ଚାର୍ଜଶିଟ ଦାଖଲ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୪।୩: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ରାଜସ୍ଥାନରେ ହିଂସାତ୍ମକ ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ଏଜେଣ୍ଡା ସହ ଜଡିତ ଅନୁସନ୍ଧାନର ଏକ ପ୍ରମୁଖ ଅଂଶ ସମାପ୍ତ କରିବା ସହ ପ୍ରଥମ ଚାର୍ଜଶିଟ ଦାଖଲ କରିଛି। ଏନ୍‌ଆଇଏ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଛି। ଅପରାଧିକ ଷଡଯନ୍ତ୍ରର ଯାଞ୍ଚ ଅଧିନରେ ସେପ୍ଟେମ୍ବର ୨୦୨୨ରେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ମୁସଲିମ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ମାଧ୍ୟମରେ ଭାରତର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପିଏଫ୍‌ଆଇ ନେତା ତଥା କ୍ୟାଡରଙ୍କ ଦ୍ୱାରା ଏହି ଷଡଯନ୍ତ୍ର କରାଯାଇଥିଲା। ୨୦୪୭ ସୁଦ୍ଧା ଭାରତରେ ଇସ୍‌ଲାମିକ ଶାସନ ପ୍ରତିଷ୍ଠା କରିବାର ମୂଳ ଲକ୍ଷ୍ୟ ସହ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାହାଯ୍ୟରେ ଆତଙ୍କବାଦୀ ତଥା ହିଂସା କାର୍ଯ୍ୟ କରିବା ପାଇଁ ପାଣ୍ଠି ସଂଗ୍ରହ ଭଳି ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ରହିଛି। ରାଜସ୍ଥାନ କୋଟାର ମହମ୍ମଦ ଆସିଫ୍‌ ଓରଫ ଆସିଫ, ଏବଂ ବାଁରାର ସାଦିକ ସରାଫଙ୍କୁ ଆଇପିସି ଧାରା ୧୨୦ବି, ୧୫୩ଏ ଏବଂ ୟୁଏ (ପି) ଅଧିନିୟମ ୧୯୬୭ ଅନୁଯାୟୀ ଧାରା ୧୩, ୧୭, ୧୮, ୧୮ଏ ଏବଂ ୧୮ବି ଅନୁଯାୟୀ ଅଭିଯୋଗ ହୋଇଛି। ଉଭୟେ ପିଏଫ୍‌ଆଇର ସଦସ୍ୟ ରହିଥିବା ବେଳେ ସେମାନେ ହିଂସାତ୍ମକ ଘଟଣା ଘଟାଇବା ପାଇଁ ମୁସଲମାନ ଯୁବକମାନଙ୍କ ନିଯୁକ୍ତି ଏବଂ ଅତ୍ୟାଧୁନିକ କାର୍ଯ୍ୟରେ ନିୟୋଜିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri