Posted inଜାତୀୟ

ପଶ୍ଚିମବଙ୍ଗ, କେରଳରେ ଏନ୍‌ଆଇଏର ଚଢାଉ: ଅଲକାଏଦାର ୯ ଆତଙ୍କବାଦୀ ଗିରଫ

ମୁର୍ସିଦାବାଦ,୧୯ ।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ)କୁ ଶନିବାର ବଡ ସଫଳତା ମିଳିଛି । ଏନ୍‌ଆଇଏ ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ନାକୁଲମରେ ଚଢାଉ କରିବା ଫଳରେ ଅଲକାଏଦା ଆତଙ୍କବାଦୀଙ୍କ ସମ୍ପର୍କରେ ବହୁ ତଥ୍ୟ ପାଇଛି । ଏହି ସମୟରେ ଏନ୍‌ଆଇଏ ଦ୍ୱାରା ମେଅଲ-କାଏଦାର ୯ ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା ରହିଛି । ଏନ୍‌ଆଇଏ କହିଛି, ପ୍ରାଥମିକ ଯାଞ୍ଚରୁ ଜଣାପଡିଛି, ଏମାନଙ୍କୁ ସୋସିଆଲ ମିଡିଆରେ ପାକିସ୍ତାନ ସ୍ଥିତ ଅଲ କାଏଦା ଆତଙ୍କବାଦୀଙ୍କ ଦ୍ୱାରା କଟ୍ଟରପନ୍ଥି ବା ମୌଳବାଦୀ କରି ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ(ଏନ୍‌ସିଆର୍‌) ସମେତ କିଛି ସ୍ଥାନରେ ଆକ୍ରମଣ କରିବାକୁ ପଠାଯାଇଥିଲା । ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଏନ୍‌ଆଇଏ କହିଛି ଏମାନେ ପାଣ୍ଠି ସଂଗ୍ରହରେ ସକ୍ରିୟ ରହିବା ସହ ଏହାର କେତେଜଣ ସଦସ୍ୟ ଅସ୍ତ୍ରଶସ୍ତ୍ର ଓ ଗୁଳି କିଣିବା ପାଇଁ ନୂଆଦିଲ୍ଲୀ ଯିବାକୁ ଯୋଜନା କରିଥିଲେ । ଏମାନଙ୍କୁ ଗିରଫ କରିବା ପରେ ଦେଶ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ପୂର୍ବ ସୂଚନାରୁ ଜଣାପଡିଛି । ଗିରଫ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଡିଜିଟାଲ ଉପକରଣ, ଡକ୍ୟୁମେଣ୍ଟ, ଜିହାଦି ସାହିତ୍ୟ, ଅସ୍ତ୍ରଶସ୍ତ୍ର, କିଛି ଦେଶୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆଦି ଜବତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri