Categories: ଜାତୀୟ

ଟେରର ଫଣ୍ଡିଂ ମାମଲାରେ ଲରେନ୍ସ ବିଶ୍ନୋଇଙ୍କ ନିକଟତର ୨ ବନ୍ଧୁ ଗିରଫ

ନୂଆଦିଲ୍ଲୀ,୧୦।୧୧: ଟେରର ଫଣ୍ଡିଂ ମାମଲାରେ ଏନ୍‌ଆଇଏ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କକରାଯାଇଛି। ଲରେନ୍ସ ବିଶ୍ନୋଇ ଓ ଗୋଲଡି ବ୍ରାରଙ୍କ ଅତି ନିକଟତର ବନ୍ଧୁ ଅନିଲ ଛିିପି ଏବଂ ଗ୍ୟାଙ୍ଗଷ୍ଟର ରାଜୁ ବସୌଦିଙ୍କୁ ଏନ୍‌ଆଇଏ ଗିରଫ କରିଛି। ବୁଧବାର ଗିରଫ ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ଦିଲ୍ଲୀର ତିହାର ଜେଲ୍‌ରେ ରଖାଯାଇଛି। ତେବେ ଟେରର ଫଣ୍ଡିଂ ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପାଇଁ ଏନ୍‌ଆଇଏ ସେମାନଙ୍କୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଏହି ୨ଅଭିଯୁକ୍ତଙ୍କ ମଧ୍ୟରୁ ଅନିଲ ଛିପି ଜଣେ ବଡ଼ ମଦ ବ୍ୟବସାୟୀ ଏବଂ ହରିୟାଣାର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର। ଅନ୍ୟପଟେ ଦ୍ୱିତୀୟ ଅଭିଯୁକ୍ତ ରାଜୁ ବସୌଦି ଲରେନ୍ସ ଗ୍ୟାଙ୍ଗର ମୁଖ୍ୟ ବ୍ୟକ୍ତି ବୋଲି କୁହାଯାଉଛି।

Share