Categories: ଜାତୀୟ

ପିଏଫ୍‌ଆଇ ଉପରେ ଏନ୍‌ଆଇଏର କାର୍ଯ୍ୟାନୁଷ୍ଠାନ: ୟୁପି,ବିହାର ସମେତ ୧୭ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୨୫।୪: ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଏନଆଇଏ ପକ୍ଷରୁ ମଙ୍ଗଳବାର ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟର ପ୍ରାୟ ୧୭ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି।

ମିଳିଥିବା ସୂଚନାନୁଯାୟୀ,ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆର ଠିକଣା ଉପରେ ଏନ୍‌ଆଇଏ ଚଢାଉ କରିଛି। ଏହି କ୍ରମରେ, ବିହାରର ପିଏଫ୍‌ଆଇ ସହ ଜଡିତ ଏକ ମାମଲାରେ ଏନ୍‌ଆଇଏ ଦାରବାଙ୍ଗାର ଉର୍ଦ୍ଦୁ ବଜାରରେ ଅବସ୍ଥିତ ଦନ୍ତ ଚିକିତ୍ସକ ତଥା ସିଂହୱାରା ପୋଲିସ ଷ୍ଟେଶନ ଅଞ୍ଚଳର ଶଙ୍କରପୁର ଗ୍ରାମ ନିବାସୀ ମେହବୁବଙ୍କ ଉପରେ ଚଢାଉ କରିଥିବା ଜଣାପଡିଛି।

Share