ଏନ୍‌ଏଚ୍‌ଏଆଇ ଦେଉଛି ଫାସ୍‌ ଟାଗ କୁପନ

ନୂଆଦିଲ୍ଲୀ,୨୧।୨: ଦିନକୁ ଦିନ ବଢୁଥିବା ବିଭିନ୍ନ ଘଟଣା ଓ ଲୋକବଳକୁ କମ କରିବା ସହିତ ଆଗାମୀ କାଲି ପାଇଁ ତୈଳ ସଞ୍ଚୟ କରିବା ଭଳି ଉଦ୍ଦେଶ୍ୟକୁ ନେଇ କେନ୍ଦ୍ର ସରକାର ନୂଆ ସଡକ ପରିବହନ ନିୟମ ଲାଗୁ କରିଥିଲେ। ସେହିଭଳି ସାରା ଦେଶର ଟୋଲ୍‌ ପ୍ଲାଜାରେ ସାଧାରଣ ଟୋଲ ଫି ଆଦାୟକୁ ବନ୍ଦ କରିବା ସହ ଅନଲାଇନ ଜରିଆରେ ଫି ଆଦାୟ କରିବାକୁ ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ନିଆଯାଇଥିଲା। ଫଳରେ ଚଳିତ ବର୍ଷ ଫେବୃୟାରୀ ୧୬ ରୁ ‘ଫାସ୍‌ଟାଗ୍‌’ ବ୍ୟବହାରକୁ ଗୁରୁତ୍ୱର ସହ ନେବାକୁ ସୂଚନା ଦିଆଯାଇଥିଲା। ଏହି ନୂଆ ନିୟମ ଅନୁସାରେ ଯେଉଁ ଗାଡ଼ି ଏହାର ବ୍ୟବହାର କରୁନାହାନ୍ତି ସେମାନଙ୍କଠାରୁ ଟୋଲ୍‌ ପ୍ଲାଜାଗୁଡ଼ିକରେ ୨ ଗୁଣ ଫି ଆଦାୟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜପଥରେ ଯାତ୍ରୀ ଓ ଚାଳକଙ୍କର ଯାତ୍ରା ବିଳମ୍ବିତ ହେଉଥିବା ଘଟଣାକୁ ନଜରରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜପଥରେ ବିନା ବାଧାରେ ଗମନାଗମନ କରିବା ସହିତ ଟୋଲ୍‌ ପ୍ଲାଜାର ଅସୁବିଧାକୁ ଏଡ଼ାଇବା ପାଇଁ ଫାସ୍‌ଟାଗ୍‌ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ସବୁ ପ୍ରକାର ଚେଷ୍ଟା ପରେ ମଧ୍ୟ ଚାଳକମାନେ ଏହାର ବ୍ୟବହାରକୁ ଶତ ପ୍ରତିଶତ ଗ୍ରହଣ କରିନାହାନ୍ତି। ଫଳରେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଦେଶର ବିଭିନ୍ନ ଟୋଲ୍‌ ପ୍ଲାଜାରେ ବାହାନ ଲାଗି ଫାସ୍‌ଟ୍ୟା୍‌ଗ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରଦାନ କରିବେ। ଯେଉଁମାନେ ଏପର୍ଯ୍ୟନ୍ତ ଫାସ୍‌ଟ୍ୟାଗ୍‌ ଗାଡ଼ିରେ ଲଗାଇନାହାନ୍ତି ସେମାନେ ଟୋଲ୍‌ ପ୍ଲାଜା ନିକଟରେ ରହିଥିବା କାଉଣ୍ଟରରୁ ସଂଗ୍ରହ କରିନେବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଛି। ଏହି ସୁବିଧା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଳକଙ୍କ ନିମନ୍ତେ ଉପଲବ୍ଧ ହେବ। ଏନ୍‌ଏଚ୍‌ଏଆଇ ପୂର୍ବରୁ ଫାସ୍‌ଟାଗ୍‌ ଲାଗି ୧୦୦ ଟଙ୍କା ଶୁଳ୍କ ଆକାରରେ ଆଦାୟ କରୁଥିଲେ। ସେହିପରି ଫାସ୍‌ଟାଗ୍‌ ରିଚାର୍ଜ କରିବାକୁ ସାରା ଦେଶରେ ପ୍ରାୟ ୪୦ ହଜାରରୁ ଅଧିକ ବୁଥ୍‌ ସ୍ଥାପନ କରାଯାଇଛି। ଏହାଛଡା ଏହାକୁ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ମଧ୍ୟ ରିଚାର୍ଜ କରାଯାଇପାରୁଛି। ଫାସ୍‌ଟାଗ୍‌ ନେଉଥିଲେ ମୋବାଇଲରେ ଏହାର ଆପ୍‌ ଡାଉନ୍‌ଲୋଡ କରିବାକୁ ହେବ। ଏଥିରେ ଅନେକ ଫିଚର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri