ଏନ୍‌ଏଚ୍‌ଏଆଇ ଦେଉଛି ଫାସ୍‌ ଟାଗ କୁପନ

ନୂଆଦିଲ୍ଲୀ,୨୧।୨: ଦିନକୁ ଦିନ ବଢୁଥିବା ବିଭିନ୍ନ ଘଟଣା ଓ ଲୋକବଳକୁ କମ କରିବା ସହିତ ଆଗାମୀ କାଲି ପାଇଁ ତୈଳ ସଞ୍ଚୟ କରିବା ଭଳି ଉଦ୍ଦେଶ୍ୟକୁ ନେଇ କେନ୍ଦ୍ର ସରକାର ନୂଆ ସଡକ ପରିବହନ ନିୟମ ଲାଗୁ କରିଥିଲେ। ସେହିଭଳି ସାରା ଦେଶର ଟୋଲ୍‌ ପ୍ଲାଜାରେ ସାଧାରଣ ଟୋଲ ଫି ଆଦାୟକୁ ବନ୍ଦ କରିବା ସହ ଅନଲାଇନ ଜରିଆରେ ଫି ଆଦାୟ କରିବାକୁ ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ନିଆଯାଇଥିଲା। ଫଳରେ ଚଳିତ ବର୍ଷ ଫେବୃୟାରୀ ୧୬ ରୁ ‘ଫାସ୍‌ଟାଗ୍‌’ ବ୍ୟବହାରକୁ ଗୁରୁତ୍ୱର ସହ ନେବାକୁ ସୂଚନା ଦିଆଯାଇଥିଲା। ଏହି ନୂଆ ନିୟମ ଅନୁସାରେ ଯେଉଁ ଗାଡ଼ି ଏହାର ବ୍ୟବହାର କରୁନାହାନ୍ତି ସେମାନଙ୍କଠାରୁ ଟୋଲ୍‌ ପ୍ଲାଜାଗୁଡ଼ିକରେ ୨ ଗୁଣ ଫି ଆଦାୟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜପଥରେ ଯାତ୍ରୀ ଓ ଚାଳକଙ୍କର ଯାତ୍ରା ବିଳମ୍ବିତ ହେଉଥିବା ଘଟଣାକୁ ନଜରରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜପଥରେ ବିନା ବାଧାରେ ଗମନାଗମନ କରିବା ସହିତ ଟୋଲ୍‌ ପ୍ଲାଜାର ଅସୁବିଧାକୁ ଏଡ଼ାଇବା ପାଇଁ ଫାସ୍‌ଟାଗ୍‌ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ସବୁ ପ୍ରକାର ଚେଷ୍ଟା ପରେ ମଧ୍ୟ ଚାଳକମାନେ ଏହାର ବ୍ୟବହାରକୁ ଶତ ପ୍ରତିଶତ ଗ୍ରହଣ କରିନାହାନ୍ତି। ଫଳରେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଦେଶର ବିଭିନ୍ନ ଟୋଲ୍‌ ପ୍ଲାଜାରେ ବାହାନ ଲାଗି ଫାସ୍‌ଟ୍ୟା୍‌ଗ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରଦାନ କରିବେ। ଯେଉଁମାନେ ଏପର୍ଯ୍ୟନ୍ତ ଫାସ୍‌ଟ୍ୟାଗ୍‌ ଗାଡ଼ିରେ ଲଗାଇନାହାନ୍ତି ସେମାନେ ଟୋଲ୍‌ ପ୍ଲାଜା ନିକଟରେ ରହିଥିବା କାଉଣ୍ଟରରୁ ସଂଗ୍ରହ କରିନେବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଛି। ଏହି ସୁବିଧା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଳକଙ୍କ ନିମନ୍ତେ ଉପଲବ୍ଧ ହେବ। ଏନ୍‌ଏଚ୍‌ଏଆଇ ପୂର୍ବରୁ ଫାସ୍‌ଟାଗ୍‌ ଲାଗି ୧୦୦ ଟଙ୍କା ଶୁଳ୍କ ଆକାରରେ ଆଦାୟ କରୁଥିଲେ। ସେହିପରି ଫାସ୍‌ଟାଗ୍‌ ରିଚାର୍ଜ କରିବାକୁ ସାରା ଦେଶରେ ପ୍ରାୟ ୪୦ ହଜାରରୁ ଅଧିକ ବୁଥ୍‌ ସ୍ଥାପନ କରାଯାଇଛି। ଏହାଛଡା ଏହାକୁ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ମଧ୍ୟ ରିଚାର୍ଜ କରାଯାଇପାରୁଛି। ଫାସ୍‌ଟାଗ୍‌ ନେଉଥିଲେ ମୋବାଇଲରେ ଏହାର ଆପ୍‌ ଡାଉନ୍‌ଲୋଡ କରିବାକୁ ହେବ। ଏଥିରେ ଅନେକ ଫିଚର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?