ମହାନଦୀ ଶଯ୍ୟା ଅନୁଧ୍ୟାନ କଲା ଏନ୍‌ଜିଟି ଟିମ୍‌

କଟକ ଅଫିସ, ୮ା୪: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ କମିଟି ବୁଧବାର ମହାନଦୀ ଶଯ୍ୟା ସମେତ ହାଡ଼ିଆ ପଠା ପରିଦର୍ଶନ କରିଛନ୍ତି। ଏହି କମିଟି ଅପରାହ୍ନ ୩.୩୦ରେ ସ୍ଥାନୀୟ ମ୍ୟାରିଟାଇମ୍‌ ମ୍ୟୁଜିୟମ ସମ୍ମୁଖରେ ନିର୍ମିତ ହୋଇଥିବା ବୁରୁଜ ଉପରକୁ ଯାଇ ମହାନଦୀ ଶଯ୍ୟାର ବର୍ତ୍ତମାନର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟା ସମୟରେ ମହାନଦୀରେ ଜଳସ୍ତର ସର୍ବାଧିକ କେତେ ଉଚ୍ଚତା ପର୍ଯ୍ୟନ୍ତ ଆସିଥିଲା ଉକ୍ତ ରିପୋର୍ଟକୁ ତର୍ଜମା କରିଥିଲେ। ପରେ କମିଟି ସ୍ଥାନୀୟ ହାଡ଼ିଆ ପଠା ଠାରେ ପହଞ୍ଚତ୍ ମହାନଦୀର ସ୍ଥିତି ଦେଖିବା ସହ ସରକାରଙ୍କ ପକ୍ଷରୁ ଚାଲିଥିବା ବରଫି ପ୍ରକଳ୍ପ ସମ୍ବନ୍ଧରେ ଏନ୍‌ଜିଟିରେ ଆବେଦନ କରିଥିବା ଆବେଦନକାରୀ ପ୍ରଦୀପ ପଟ୍ଟନାୟକଙ୍କ ନିକଟରୁ ବୁଝିଥିଲେ।
ସୂଚନାଯୋଗ୍ୟ, ମହାନଦୀରୁ ଆଇଓସିଏଲ୍‌ ଜଳ ନେବା ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ଉଚ୍ଚ ଅଦାଲତ ଉକ୍ତ ମାମଲାର ଶୁଣାଣି କରି କଟକ ସହରର ଉନ୍ନତି ନିମନ୍ତେ ଆଇଓସିଏଲ୍‌କୁ ୨୯୮କୋଟି ଟଙ୍କା ପ୍ରଦାନ କରିବାକୁ କହିଥିଲେ। ଏପରି କି ଉକ୍ତ ଅର୍ଥରାଶିକୁ ସହରବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ସହ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଇଓସିଏଲର ମହାନଦୀ ଖନନ ଦ୍ୱାରା ଯେଉଁ ବାଲି ଓ ମାଟି ବାହାରିବ ତାକୁ ବନ୍ଧର ସୁଦୃଢ଼ୀକରଣ କରିବା ସହ ସହରର ନିମ୍ନ ଅଞ୍ଚଳଗୁଡ଼ିକୁ ପୋତି ସମତଳ କରିବାରେ ବ୍ୟବହାର କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଜ୍ୟ ସରକାର ହାଇକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ପାଳନ କରୁ ନ ଥିବା ଦର୍ଶାଇ ଏନ୍‌ଜିଟିରେ ୨୦୨୦ରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଏକ ଆବେଦନ କରିଥିଲେ। ମହାନଦୀରୁ ଉଠିଥିବା ବାଲିକୁ ଅନ୍ୟତ୍ର ନ ନିଆଯାଇ ସେହି ହାଡ଼ିଆ ପଠାରେ ପକାଯାଇ ପୋତାଯାଇଛି। ଏପରି କି ସରକାର ମହାନଦୀର କିସମ ପରିବର୍ତ୍ତନ କରି ଏହାକୁ ପତିତ କିସମରେ ପରିଣତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ନିୟମ ଉଲ୍ଲଂଘନ କରିଥିବା ଆବେଦନକାରୀ ଦର୍ଶାଇଥିଲେ। ଏନ୍‌ଜିଟି ପକ୍ଷରୁ ଉକ୍ତ ଆବେଦନର ଶୁଣାଣି କରାଯାଇ ମହାନଦୀର ପ୍ରକୃତ ଅବସ୍ଥା ଜାଣିବା ପାଇଁ ସେଣ୍ଟ୍ରାଲ ୱାଟର କମିଶନ(ସିଡବ୍ଲ୍ୟୁସି), ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ସିପିସିବି), ଷ୍ଟେଟ୍‌ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ଏସ୍‌ପିସିବି), ମିନିଷ୍ଟ୍ରି ଅଫ୍‌ ଫରେଷ୍ଟର ପ୍ରତିନିଧିଙ୍କ ସମେତ ଆଇଆଇଟି ରୁର୍କିର ଜଣେ ପ୍ରଫେସରଙ୍କୁ ନେଇ ଏକ ୫ଜଣିଆ କମିଟି ଗଠନ କରାଯାଇଥିଲା। ବୁଧବାର ଉକ୍ତ କମିଟି ଘଟଣାସ୍ଥଳ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri