ମହାନଦୀ ଶଯ୍ୟା ଅନୁଧ୍ୟାନ କଲା ଏନ୍‌ଜିଟି ଟିମ୍‌

କଟକ ଅଫିସ, ୮ା୪: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ କମିଟି ବୁଧବାର ମହାନଦୀ ଶଯ୍ୟା ସମେତ ହାଡ଼ିଆ ପଠା ପରିଦର୍ଶନ କରିଛନ୍ତି। ଏହି କମିଟି ଅପରାହ୍ନ ୩.୩୦ରେ ସ୍ଥାନୀୟ ମ୍ୟାରିଟାଇମ୍‌ ମ୍ୟୁଜିୟମ ସମ୍ମୁଖରେ ନିର୍ମିତ ହୋଇଥିବା ବୁରୁଜ ଉପରକୁ ଯାଇ ମହାନଦୀ ଶଯ୍ୟାର ବର୍ତ୍ତମାନର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟା ସମୟରେ ମହାନଦୀରେ ଜଳସ୍ତର ସର୍ବାଧିକ କେତେ ଉଚ୍ଚତା ପର୍ଯ୍ୟନ୍ତ ଆସିଥିଲା ଉକ୍ତ ରିପୋର୍ଟକୁ ତର୍ଜମା କରିଥିଲେ। ପରେ କମିଟି ସ୍ଥାନୀୟ ହାଡ଼ିଆ ପଠା ଠାରେ ପହଞ୍ଚତ୍ ମହାନଦୀର ସ୍ଥିତି ଦେଖିବା ସହ ସରକାରଙ୍କ ପକ୍ଷରୁ ଚାଲିଥିବା ବରଫି ପ୍ରକଳ୍ପ ସମ୍ବନ୍ଧରେ ଏନ୍‌ଜିଟିରେ ଆବେଦନ କରିଥିବା ଆବେଦନକାରୀ ପ୍ରଦୀପ ପଟ୍ଟନାୟକଙ୍କ ନିକଟରୁ ବୁଝିଥିଲେ।
ସୂଚନାଯୋଗ୍ୟ, ମହାନଦୀରୁ ଆଇଓସିଏଲ୍‌ ଜଳ ନେବା ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ଉଚ୍ଚ ଅଦାଲତ ଉକ୍ତ ମାମଲାର ଶୁଣାଣି କରି କଟକ ସହରର ଉନ୍ନତି ନିମନ୍ତେ ଆଇଓସିଏଲ୍‌କୁ ୨୯୮କୋଟି ଟଙ୍କା ପ୍ରଦାନ କରିବାକୁ କହିଥିଲେ। ଏପରି କି ଉକ୍ତ ଅର୍ଥରାଶିକୁ ସହରବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ସହ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଇଓସିଏଲର ମହାନଦୀ ଖନନ ଦ୍ୱାରା ଯେଉଁ ବାଲି ଓ ମାଟି ବାହାରିବ ତାକୁ ବନ୍ଧର ସୁଦୃଢ଼ୀକରଣ କରିବା ସହ ସହରର ନିମ୍ନ ଅଞ୍ଚଳଗୁଡ଼ିକୁ ପୋତି ସମତଳ କରିବାରେ ବ୍ୟବହାର କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଜ୍ୟ ସରକାର ହାଇକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ପାଳନ କରୁ ନ ଥିବା ଦର୍ଶାଇ ଏନ୍‌ଜିଟିରେ ୨୦୨୦ରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ଏକ ଆବେଦନ କରିଥିଲେ। ମହାନଦୀରୁ ଉଠିଥିବା ବାଲିକୁ ଅନ୍ୟତ୍ର ନ ନିଆଯାଇ ସେହି ହାଡ଼ିଆ ପଠାରେ ପକାଯାଇ ପୋତାଯାଇଛି। ଏପରି କି ସରକାର ମହାନଦୀର କିସମ ପରିବର୍ତ୍ତନ କରି ଏହାକୁ ପତିତ କିସମରେ ପରିଣତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ନିୟମ ଉଲ୍ଲଂଘନ କରିଥିବା ଆବେଦନକାରୀ ଦର୍ଶାଇଥିଲେ। ଏନ୍‌ଜିଟି ପକ୍ଷରୁ ଉକ୍ତ ଆବେଦନର ଶୁଣାଣି କରାଯାଇ ମହାନଦୀର ପ୍ରକୃତ ଅବସ୍ଥା ଜାଣିବା ପାଇଁ ସେଣ୍ଟ୍ରାଲ ୱାଟର କମିଶନ(ସିଡବ୍ଲ୍ୟୁସି), ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ସିପିସିବି), ଷ୍ଟେଟ୍‌ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ଏସ୍‌ପିସିବି), ମିନିଷ୍ଟ୍ରି ଅଫ୍‌ ଫରେଷ୍ଟର ପ୍ରତିନିଧିଙ୍କ ସମେତ ଆଇଆଇଟି ରୁର୍କିର ଜଣେ ପ୍ରଫେସରଙ୍କୁ ନେଇ ଏକ ୫ଜଣିଆ କମିଟି ଗଠନ କରାଯାଇଥିଲା। ବୁଧବାର ଉକ୍ତ କମିଟି ଘଟଣାସ୍ଥଳ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri