ପାଳନ ହେଉନି ଏନ୍‌ଜିଟି ନିର୍ଦ୍ଦେଶ : ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

ପୁରୀ,୧୯ା୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରସଙ୍ଗରେ ଏନ୍‌ଜିଟିର ନିର୍ଦ୍ଦେଶକୁ ପ୍ରଶାସନ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏନ୍‌ଜିଟିର ନିର୍ଦ୍ଦେଶ ସତ୍ତ୍ୱେ ଅଳିଆ ପାହାଡ଼ ଏଯାବତ ନ ହଟିବାରୁ ସ୍ଥାନୀୟ ବାସିନ୍ଦା ଦହଗଞ୍ଜ ହେଉଛନ୍ତି। ଏହି ଘଟଣା ଆଜିକାଲିର ନୁହେଁ, ବର୍ଷ ବର୍ଷ ଧରି ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ସମସ୍ୟା ଭୋଗ କରୁଛନ୍ତି। ବଳିଆପଣ୍ଡାଠାରେ ପୁରୀ ସହରର ଅଧିକାଂଶ ସ୍ଥାନରୁ ଆସୁଥିବା ବର୍ଜ୍ୟବସ୍ତୁ ପକାଯାଏ। ସେଠାରୁ ବର୍ଜ୍ୟବସ୍ତୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ନିଆ ନ ଯାଇ ସେଠାରେ ହିଁ ପୋଡ଼ି ଦିଆଯାଉଛି। ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଜଳ ଓ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ସେଠାକାର ଜନସାଧାରଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।
ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ନ ହେବା ଓ ଆବଶ୍ୟକ ଡ୍ରେନେଜ୍‌ ବ୍ୟବସ୍ଥା ନ ରହିବା ଯୋଗୁ ସେହି ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏନେଇ ଆବେଦନକାରୀ ଚିନ୍ମୟ ଦାଶ ଏହି ପ୍ରସଙ୍ଗ ନେଇ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନ୍‌ଜିଟି ସେଠାରୁ ଅଳିଆ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ତାହା ଆଜିଯାଏ କାର୍ଯ୍ୟକାରୀ ହୋଇନାହିଁ। ବଳିଆପଣ୍ଡାର ଅଳିଆ ପାହାଡ଼ରେ ଶୁକ୍ରବାର ରାତିରେ ନିଆଁ ଲାଗିବାରୁ ବ୍ୟାପିଥିବା ଧୂଆଁରେ ସାହିବାସିନ୍ଦା ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବୟସ୍କ, ଛୁଆ, ରୋଗୀ ଶ୍ୱାସରୁଦ୍ଧ ପରି ଅବସ୍ଥା ଅନୁଭବ କରିଥିଲେ। ପୌରପାଳିକା ଅନ୍ତର୍ଗତ ଗୌଡ଼ବାଡ଼ ସାହି ସାର ଗୋଦାମ ନିକଟରେ ବର୍ଷ ବର୍ଷ ଧରି ସହରର ସମସ୍ତ ଆବର୍ଜନା ସେଠାରେ ଜମାହୋଇ ପାହାଡ଼ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଅଳିଆଗଦା ପାହାଡ଼ରେ ନିଆଁ ଲାଗିବା ଯୋଗୁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।
ସେହିପରି ସ୍ଥାନୀୟ ଲୋକେ ପ୍ରଦୂଷିତ ପାଣି ପିଉଥିବା ନେଇ କେନ୍ଦ୍ରୀୟ ଭୂତଳ ଜଳ ରିପୋର୍ଟରୁ ସ୍ପଷ୍ଟ ହେବାପରେ ପ୍ରଶାସନର ଆକ୍ସନ ଉପରେ ଉଠିଛି ପ୍ରଶ୍ନ। ପରିବେଶ ପ୍ରଦୂଷଣ ଓ ଧୂଆଁର ପ୍ରକୋପରେ ଅନେକ ଲୋକ ଗଭୀର ଶ୍ୱାସଜନିତ ସମସ୍ୟାରେ ଯୁଝି ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଦୀର୍ଘଦିନ ହେବ ସହର ଭିତରୁ ଏହି ଅଳିଆଗଦା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଆଜିଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ୨୦ ହଜାରରୁ ଊଦ୍ଧର୍‌ବ ସ୍ଥାନୀୟ ବାସିନ୍ଦା ସମସ୍ୟା ଭୋଗୁଛନ୍ତି। ତୁରନ୍ତ ଏଠାରୁ ଡମ୍ପିଂୟାର୍ଡ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏମାନେ ଯାହା କୁହନ୍ତି…

ଉକ୍ତ ଅଞ୍ଚଳରେ ଅଳିଆ ଗଦାହୋଇ ରହିଥିବାରୁ ସମସ୍ୟା ଭୋଗୁଛୁ। ଏପରିକି ଭଲ ପାଣି ମଧ୍ୟ ମିଳୁନାହିଁ। ଅନେକ ସମୟରେ ନିଆଁଲାଗି ଧୂଆ ହେଉଛି, ଫଳରେ ପଢ଼ାପଢ଼ିଠାରୁ ଆରମ୍ଭ କରି ଶୋଇବାରେ ସମସ୍ୟା ଭୋଗୁଛି। ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅଞ୍ଚଳବାସୀଙ୍କ ଦେହ ଅସୁସ୍ଥ ରହୁଛି। ପ୍ରଶାସନ ସ୍ଥାୟୀ ସମାଧାନ କରୁ।
-ଦୀପାଲି ମଜୁମଦାର, ସ୍ଥାନୀୟ ବାସିନ୍ଦା
ଅନେକ ସମୟରେ ଅଳିଆ ଗଦାରେ ନିଆଁ ଲାଗୁଛି, ଫଳରେ ରହିବା କଷ୍ଟକର ହୋଇପଡୁଛି। ଅଳିଆଗଦା କାରଣରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରଶାସନକୁ ଜଣାଇବାରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଅଳିଆଗଦାରେ ନିଆଁ ନ ଲଗାଇବା ପାଇଁ ସରକାର କହୁଥିବା ବେଳେ ଏଠାରେ ପ୍ରଶାସନ ଅଳିଆଗଦାରେ ନିଆଁ ଲଗାଉଛି। ପ୍ରଶାସନ ଏଥିପ୍ରତି ପଦକ୍ଷେପ ଗ୍ରହଣ କରୁ ବୋଲି ପଣ୍ଡା ଦାବି କରିଛନ୍ତି।
-ସୁକାନ୍ତ ପଣ୍ଡା, ସାମାଜିକ କର୍ମୀ

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ବିରାଟ କୋହଲି: ପ୍ରଥମ କ୍ରିକେଟରେ ଭାବେ କଲେ ଏମିତି କାରନାମା

ଇନ୍ଦୋର,୧୯।୧: ବିରାଟ କୋହଲି ତାଙ୍କ କ୍ୟାରିୟରରେ ତାଙ୍କର ୫୪ତମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଇନ୍ଦୋରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି...

ରାମଲୀଳା ମହୋତ୍ସବ ଚାଲିଥିବାବେଳେ ତୁମୁଳକାଣ୍ଡ: ପୋଲିସ-ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ୬ଦର୍ଶକ…

ଭେଡେନ,୧୯।୧(ହୃଷିକେଶ ଖମାରୀ)- ବରଗଡ ଜିଲା ଭେଡେନରେ ରବିବାର ରାମଲୀଳା ମହୋତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଘଟିଛିv। ଜଣେ ଗାୟକ ଗୀତ ପରିବେଷଣ କରୁଥିବା ସମୟରେ...

କଣ୍ଟେନରରେ ଚାଲାଣ ହେଉଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ପୋଲିସ, ସିକ୍ରେଟ୍‌ ଚାମ୍ବର ଦେଖି…

ଅମରପାଲି,୧୯ା୧(ପୀତାମ୍ବର ସାହୁ): ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। କଣ୍ଟେନରରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବଳୟା ପୋଲିସ ମାଡ଼ି ବସିଛି। ଗଞ୍ଜେଇ...

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପୋଡିଦେଇଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୧୯।୧: ଉତ୍ତର ପ୍ରଦେଶର ଝାନ୍ସୀର ପ୍ରୀତି ହତ୍ୟା ମାମଲା ସମସ୍ତଙ୍କୁ ଚକିତ କରିଛି। ଜଣେ ସ୍ବାମୀ ତିନିଥର ବିବାହ କରି ତାଙ୍କ ତୃତୀୟ ସ୍ତ୍ରୀଙ୍କୁ ନିର୍ମମ...

ଜାନୁଆରୀ ୧୯ ତାରିଖରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ସଂଯୋଗ, ଧନୀ ହେବେ ଏହି ୪ ରାଶି

ଜାନୁଆରୀ ୧୯ ଏବଂ ୨୦ ତାରିଖରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦୁଇ ଦିନ ପାଇଁ ମକର ରାଶିରେ ଏକାଠି ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ,...

ଖୋଲିଲା ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡି, ଚାଲିଛି ଗଣତି

ରାୟଗଡ଼ା,୧୯ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ...

ନ ଖେଳି ଟି-୨୦ ବିଶ୍ୱକପରୁ ବାଦ ପଡ଼ିଯିବ କି ପାକିସ୍ତାନ? ବାଂଲାଦେଶ ବିବାଦ ମଧ୍ୟରେ କାହିଁକି ଉଠୁଛି ପ୍ରଶ୍ନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରମୁଖ ଉତ୍ତେଜନା, ICC T20 ବିଶ୍ୱକପ ୨୦୨୬ ରେ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ...

୧୦ବର୍ଷର ନାବାଳିକା ସହିତ କନଷ୍ଟେବଳଙ୍କ ବର୍ବରତା; ପଞ୍ଜରା ହାଡ଼-ଦାନ୍ତ ଭାଙ୍ଗିଦେଇଥିଲେ, ହିମୋଗ୍ଲୋବିନ୍..

ଉତ୍ତର ପ୍ରଦେଶର ନୋଏଡାରେ ଜଣେ ଦଶ ବର୍ଷୀୟ ଝିଅ ଜୀବନ ସହିତ ସଂଘର୍ଷ କରୁଛି । ସେ ଗୁରୁତର ଅବସ୍ଥାରେ ଏବଂ ଭେଣ୍ଟିଲେଟରରେ ଅଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri