ରାଜ୍ୟ ସରକାରଙ୍କୁ ଏନ୍‌ଜିଟି ନୋଟିସ

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ): ହାତୀ କରିଡର (ହାତୀ ଚଲାପଥ) ପ୍ରସଙ୍ଗ ନେଇ ପୁଣି ରାଜ୍ୟ ସରକାରଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନୋଟିସ ଜାରି କରିଛନ୍ତି। ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଜିଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ହାତୀ କରିଡର ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସମ୍ପର୍କିତ ମାମଲାରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାଇବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଆସନ୍ତା ଜାନୁୟାରୀ ୩୦ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।
ସୂଚନାଯୋଗ୍ୟ, ୨୦୨୧ ଅଗଷ୍ଟ ୧୭ରେ ରାଜ୍ୟରେ ଥିବା ୧୪ଟି ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରି କରିବାକୁ ଏନ୍‌୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାମକୁ ୨ ମାସ ଭିତରେ ସାରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏନ୍‌ଜିଟିଙ୍କ ରାୟ ଅନୁସାରେ ୨୦୨୧ ଅକ୍ଟୋବର ସୁଦ୍ଧା ବନବିଭାଗ ଓଡ଼ିଶାରେ ହାତୀ କରିଡର ସମ୍ପର୍କରେ ନୋଟିଫିକେଶନ ଜାରି କରିବା କଥା। ହେଲେ ଇତିମଧ୍ୟରେ ଦେଢ଼ବର୍ଷ ବିତି ଯାଇଥିଲେ ମଧ୍ୟ ବନ ବିଭାଗ ଚୁପ୍‌ ହୋଇ ବସିପଡ଼ିଛି। ତେଣୁ ଚଳିତ ମାସରେ ଓଡ଼ିଶା ବନ୍ୟପ୍ରାଣୀ ସମିତି ପକ୍ଷରୁ ପୁଣି ଥରେ ଏନ୍‌ଜିଟି ନିକଟରେ ଅଭିଯୋଗ କରାଯାଇଥିଲା। ଏ ସମ୍ପର୍କରେ ଶୁଣାଣି କରି ଏନ୍‌ଜିଟି ଏବେ ରାଜ୍ୟ ସରକାରଙ୍କୁ ଆସନ୍ତା ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏ ସମ୍ପର୍କରେ ଓଡ଼ିଶା ବନ୍ୟପ୍ରାଣୀ ସମିତି ସମ୍ପାଦକ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ଏନ୍‌ଜିଟି ଗତବର୍ଷ ଅଗଷ୍ଟରୁ ଏହି ମାମଲାର ରାୟ ଦେବା ସହିତ ମାମଲାର ଅନ୍ତ ଘଟାଇଥିଲେ। କିନ୍ତୁ ବିଭାଗ ତାକୁ ଖାତିର କଲାନାହିଁ। ଏନ୍‌ଜିଟି ୨ମାସ ସମୟ ଦେଇଥିଲେ ମଧ୍ୟ ଖଣି ମାଫିଆଙ୍କ ଚାପରେ ବନ ବିଭାଗ ହାତୀ କରିଡର କଥା ଭୁଲିଯାଉଛି। ହାତୀ କରିଡର ନୋଟିଫିକେଶନ ଜାରି ହେଲେ ସେହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଯଥା ଖଣି ବା କଳକାରଖାନା ସ୍ଥାପନ ପାଇଁ କଟକଣା ଲାଗିଯିବ। ସେଥିପାଇଁ ବନ ବିଭାଗ ଏନ୍‌ଜିଟି ରାୟ ଦେବା ପରେ ମଧ୍ୟ ହାତୀ କରିଡର ବିଜ୍ଞପ୍ତି ଜାରି କରିବାରେ ସମୟ ଗଡ଼େଇ ଚାଲିଛି। ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ସକରାର କୌଣସି ବିଜ୍ଞପ୍ତି ଜାରି ନ କରିବାରୁ ଆମେ ଆଉଥରେ ଏନ୍‌ଜିଟିର ଦ୍ୱାରସ୍ଥ ହେଲୁ ବୋଲି ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri