Categories: ଜାତୀୟ

ଏନ୍‌ଜିଓରେ ବିକ୍ରି ହେଉଥିଲା ଅଣ୍ଡା, ମଟନ

ଇନ୍ଦୋର,୨୯।୧: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ବିଚିତ୍ର ଘଟଣା ଦେଖିବାକୁ ମିଳେ। କିଛି ଆମର ମନୋରଞ୍ଜ କରେ, ଆଉ କିଛି ଚକିତ କରିଦିଏ। ଆହୁରି କିଛି ଘଟଣା ଥାଏ, ଯାହାକି ଏଣ୍ଟରଟେନମେଣ୍ଟ ଯୋଗାଇବା ସହିତ ଚକିତ ମଧ୍ୟ କରେ। ସେଭଳି ଏକ ଘଟଣା ଇନ୍ଦୋରରୁ ସାମ୍ନାକୁ ଆସିଛି।

‘ସୁଲଭ ଇଣ୍ଟରନ୍ୟାଶନାଲ’ ନାମକ ଏନ୍‌ଜିଓରେ ବେଆଇନ ଭାବେ ଅଣ୍ଡା ଓ ମଟନ ବିକ୍ରି ହେଉଥିଲା। ତାହା ପୁଣି ଲୋହାମଣ୍ଡି ନିକଟରେ ଥିବା ସର୍ବସାଧାରଣ ଶୌଚାଳୟରେ । ଏକ ସ୍ବଚ୍ଛ ସର୍ବେକ୍ଷଣ ଦ୍ୱାରା କରାଯାଇଥିବା ଏକ ସର୍ଭେ ପରେ ଏହି ବେଆଇନ ବ୍ୟବସାୟ ସାମ୍ନାକୁ ଆସିଛି। ଏଥି ନେଇ ଇନ୍ଦୋର ମୁନିସିପାଲ କର୍ପୋରେଶନ କମିଶନର ପ୍ରତିଭା ପାଲ ଅଧିକାରୀଙ୍କୁ ଉକ୍ତ ଏନ୍‌ଜିଓକୁ ଜରିମାନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସ୍ଥଳରେ ହିଁ ଏନ୍‌ଜିଓ ଉପରେ ୨୦ ହଜାର ଟଙ୍କାର ଜରିମାନା କରାଯାଇଛି। ଏହି ଘଟଣାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମିଶ୍ରିତ ପ୍ରତିକ୍ରିୟା ଜାହିର କରିଛନ୍ତି ୟୁଜର୍ସ।

 

Share