Categories: ଖେଳ

ନେମାରଙ୍କ ୮୩୧ କୋଟିର ଚୁକ୍ତି

ରିୟାଧ,୧୭ା୮(ପି.ଟି.): ସାଉଦି ଫୁଟବଲ ଲିଗ୍‌ ସହିତ ଯୋଡି ହୋଇଛନ୍ତ ବ୍ରାଜିଲର ତାରକା ଷ୍ଟ୍ରାଇକର ନେମାର। ବିଗତ ୬ ସିଜନ ଧରି ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌(ପିଏସ୍‌ଜି) ପାଇଁ ଖେଳିବା ପରେ ନେମାର ଅଲ ହିଲାଲ ସହିତ ଚୁକ୍ତି କରିଛନ୍ତି। ବାର୍ଷିକ ୧୦୦ ମିଲିୟନ୍‌ ଡଲାର ବା ଭାରତୀୟ ମୁଦ୍ରାରେ ତାଙ୍କୁ ୮୩୧ କୋଟି ୮୭ ଲକ୍ଷ ୬୫ ହଜାର ଟଙ୍କାର ବେତନ ପ୍ରଦାନ କରାଯିବ।

ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଅଲ ନାସର କ୍ଲବ ସହିତ ୨୦୦ ମିଲିୟନ ଡଲାର ବେତନରେ ଯୋଗ ଦେଇଥିଲେ। ୩୧ ବର୍ଷୀୟ ନେମାର ଆସନ୍ତା ଦୁଇ ସିଜନ ପାଇଁ ଅଲ ହିଲାଲ ସହିତ ଯୋଗ ଦେଇଛନ୍ତି। ୟୁରୋପିଆନ୍‌ ଫୁଟବଲ ଲିଗ୍‌ରେ ମୁଁ ଅନେକ କିଛି ହାସଲ କରିସାରିଛି। ମାତ୍ର ବର୍ତ୍ତମାନ ମୋର ଦକ୍ଷତା ସମଗ୍ର ବିଶ୍ୱରେ ପ୍ରତିପାଦିତ କରିବାର ସମୟ ଆସିଛି ବୋଲି ନେମାର କହିଛନ୍ତି। ଜାନୁୟାରୀ ୨୦୨୨ରେ ରୋନାଲ୍ଡୋ ଅଲ ନାସର କ୍ଲବ ସହିତ ଯୋଗ ଦେବା ପରେ ସାଉଦି ଲିଗ୍‌ର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ପରବର୍ତ୍ତୀ ସମୟରେ କରିମ୍‌ ବେଞ୍ଜେମା, ଏନ୍‌ଗୋଲୋ କାଣ୍ଟେ ଓ ଜୋର୍ଡାନ ହେଣ୍ଡରସନ୍‌ଙ୍କ ପରି ଖେଳାଳି ସାମିଲ ହୋଇଛନ୍ତି।

Share