Categories: ଖେଳ

ନେମାରଙ୍କୁ କରୋନା

ପ୍ୟାରିସ, ୪ା୯: ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ (ପିଏସ୍‌ଜି)ର ଷ୍ଟାର ଖେଳାଳି ନେମାର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସ୍ପାନିଶ ଦ୍ୱୀପାଞ୍ଚଳ ଇବିଜାରେ ଛୁଟି କଟାଇ ଫେରିବା ପରେ ଏହି ଫୁଟ୍‌ବଲ ଖେଳାଳିଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ପ୍ୟାରିସ ସହର ଉପକଣ୍ଠ ବୋଗିଭାଲସ୍ଥିତ ତାଙ୍କ ନିଜସ୍ବ ବାସଭବନରେ ସେ ବର୍ତ୍ତମାନ ୧୪ ଦିନ ସେଲ୍‌ଫ ଆଇସୋଲେଶନରେ ଅଛନ୍ତି। ଫଳରେ ସେପ୍ଟେମ୍ବର ୧୦ରେ ଲେନ୍ସ ବିପକ୍ଷ ପିଏସ୍‌ଜିର ସିଜନ ଆରମ୍ଭ ପ୍ରଥମ ଗେମ୍‌ ଏବଂ ସେପ୍ଟେମ୍ବର ୧୩ରେ ମର୍ସିଲି ବିପକ୍ଷ ମ୍ୟାଚ ଖେଳିବାରୁ ବଞ୍ଚତ୍ତ ହେବେ। ପରବର୍ତ୍ତୀ ଖବର ଅନୁସାରେ ନେମାରଙ୍କର ଆଉଥରେ ଟେଷ୍ଟ ହେବ।

Share