ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି। ଶେଷରେ ଦୀର୍ଘ ୧୬ ବର୍ଷର କ୍ୟାରିଅରକୁ ଅଲବିଦା କହିଛନ୍ତି ୩୪ ବର୍ଷୀୟ ନେମାର। ବିଶ୍ୱକପ୍‌ ଜିତିବା ସ୍ବପ୍ନ ଅଧୁରା ସହ ନେମାର ଅବସର ଘୋଷଣା କରିଛନ୍ତି। ବ୍ରାଜିଲ ପାଇଁ ସର୍ବାଧିକ ଗୋଲ ସ୍କୋର୍‌ କରିଛନ୍ତି ନେମାର। ୧୩୦ଟି ମ୍ୟାଚ୍‌ରୁ ୮୦ଟି ଗୋଲ୍‌ ସ୍କୋର କରିଛନ୍ତି । ଗତକାଲି ନରଓ୍ବେଠାରୁ ୨-୧ ଗୋଲ୍‌ରେ ହାରି ବିଶ୍ୱକପ୍‌ରୁ ବିଦାୟ ନେଇଛି ବ୍ରାଜିଲ।

Dharitri – Odisha’s No.1 Odia Daily

Share