Categories: ଖେଳ

ସନ୍ତାନ ଜନ୍ମ ହେବାର ଏକ ମାସ ପରେ ପ୍ରେମିକାଙ୍କ ସହିତ ବ୍ରେକ୍ ଅପ୍ କଲେ ନେମାର ଜୁନିଅର

ନୂଆଦିଲ୍ଲୀ,୩୦।୧୧: ପ୍ରଥମ ସନ୍ତାନକୁ ସ୍ୱାଗତ କରିବାର ଏକ ମାସ ପରେ ବ୍ରାଜିଲ ଫୁଟବଲର୍ ନେମାର ଜୁନିଅର ଏବଂ ତାଙ୍କ ପ୍ରେମିକ ବ୍ରୁନା ବିୟାନକାର୍ଡୀ ଅଲଗା ହୋଇଛନ୍ତି। କିଛି ବ୍ୟକ୍ତିଗତ କାରଣରୁ ଦୁହେଁ ଏହି ନିଷ୍ପତ୍ତି ନେଇଥିବା ଜଣା ପଡିଛି। ବିୟାନକାର୍ଡୀ ସୋସିଆଲ ମିଡିଆରେ ଏହି ବଡ଼ ଘୋଷଣା କରି ଦୁହିଁଙ୍କ ବିଷୟରେ ପ୍ରଚାର ହେଉଥିବା ଗୁଜବକୁ ଖଣ୍ଡନ କରିଛନ୍ତି।

ସୂଚନାଯୋଗ୍ୟ, ଷ୍ଟାର ଫୁଟବଲର୍ ନେମିଆର ପ୍ରେମିକା ବିୟାନକାର୍ଡୀଙ୍କୁ ଠକିଥିବା ଅନେକ ଖବର ଆସିଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୩୧ ବର୍ଷୀୟା ବ୍ରାଜିଲର ଆଡଲ୍ଟ ଷ୍ଟାର ଆଲିନ ଫାରିଆଙ୍କୁ ପ୍ରାଇଭେଟ ଫଟୋ ମାଗିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଚାଟ୍‌ର ସ୍କ୍ରିନସଟ ଲିକ ହୋଇଥିଲା। ପରେ ଏହାଙ୍କ ନେଇ ବିବାଦ ବଢିଥିଲା।

ତେବେ ଏହି ସବୁ ଖବର ମଧ୍ୟରେ ବିୟାନକାର୍ଡୀ ସୋସିଆଲ ମିଡିଏରେ ଏକ ପୋଷ୍ଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ସେ ଲେଖିଛନ୍ତି, “ଏହା ଏକ ବ୍ୟକ୍ତିଗତ ମାମଲା, କିନ୍ତୁ ଯେହେତୁ ମୁଁ ପ୍ରତିଦିନ ଖବର ଦେଖୁଚି, ଅନେକ ଭୁଲ ମତାମତ ଏବଂ ଥଟ୍ଟାର ସମ୍ମୁଖୀନ ହେଉଛି, ମୁଁ ଆପଣଙ୍କୁ ଜଣାଇ ଦେଉଛି ଯେ ମୁଁ କୌଣସି ସମ୍ପର୍କରେ ନାହିଁ। ଆମେ ମାଭିଙ୍କ ପିତାମାତା, ଏବଂ ଏହା ଆମର ବନ୍ଧନର କାରଣ। ମୁଁ ଆଶା କରୁଛି ଏହିପରି ଖବର କୌଣସି ସମ୍ପର୍କ ସହ ବାରମ୍ବାର ପ୍ରସାରଣ ହେବ ନାହିଁ। ଧନ୍ୟବାଦ। “

Share