ନିର୍ଦ୍ଦେଶନାମା ପାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା

ସମ୍ବଲପୁର,୨୯ା୧୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଓ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବି ନେଇ ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ଓ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ପକ୍ଷ ରଖାଯାଇଥିଲା। ସୋମବାର ସୁପ୍ରିମକୋର୍ଟଙ୍କ ରାୟ ଉପରେ ସିଏସି ଓ ନାଗରିକ କ୍ରିୟାନୁଷ୍ଠାନ କମିଟି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ହସ୍ତଗତ ହୋଇନାହିଁ। ଏହା ଆସିବା ପରେ ନିର୍ଦ୍ଦେଶରେ କ’ଣ ରହିଛି ଦେଖିବାକୁ ପଡିବ। ଏହା ଜନ ଆନ୍ଦୋଳନ। ତେଣୁ ଜନସାଧାରଣ ଓ ସିଏସି ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ କମିଟି ପକ୍ଷରୁ କୁହାଯାଇଛି।