Categories: ବାଣିଜ୍ୟ

ନେକ୍ସନ ଇଭିର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୩୦।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ସର୍ବବୃହତ୍‌ ବୈଦ୍ୟୁତିକ ଯାନ (ଇଭି) ନିର୍ମାଣକାରୀ ଟାଟା ମୋଟର୍ସ ନିକଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଟାଟା ମୋର୍ଟସର ନେକ୍ସନ ଇଭି ୫୦,୦୦୦ ୟୁନିଟ୍‌ ଗାଡ଼ି ଭାରତୀୟ ବଜାରରେ ବିକ୍ରୟ କରିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୦ରେ ନେକ୍ସନ ଇଭିର ଶୁଭାରମ୍ଭ ପରଠାରୁ ଉପଭୋକ୍ତଙ୍କର ଏକ ପସନ୍ଦୀୟ ଯାନ ଭାବେ ନେକ୍ସନ ଇଭି ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଏପରିକି ନେକ୍ସନ ଇଭି ବର୍ତ୍ତମାନ ଭାରତର ୫୦୦ରୁ ଅଧିକ ସହରରେ ବିକ୍ରି ହେଉଥିବା ବେଳେ ଦେଶର ଭିନ୍ନଭିନ୍ନ ଅଞ୍ଚଳରେ ୯୦୦ମିଲିୟନ କି.ମି.ରୁ ଅଧିକ ଗତି କରିଥିବା ବ୍ରାଣ୍ଡ୍‌ ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ହାରାହାରି ୧୦୦ରୁ ୪୦୦ କି.ମି. ପର୍ଯ୍ୟନ୍ତ ସିଟି ଭିତରେ ଏବଂ ବାହାର ଯାତ୍ରା କରୁଛି, ନେକ୍ସନ ଇଭିର ମାଲିକମାନେ ପ୍ରତି ମାସରେ ପ୍ରାୟ ୬.୩ ନିୟୁତ କି.ମି. ଚଳାଉଛନ୍ତି। ସାରା ଦେଶରେ କମ୍ପାନୀର ୬,୦୦୦ ରୁ ଅଧିକ ଚାର୍ଜ ଷ୍ଟେଶନ ରହିଛି।
ଏ ସମ୍ପର୍କରେ ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ୍‌ର (ବିପଣନ, ବିକ୍ରୟ ଏବଂ ସେବା ରଣନୀତି) ମୁଖ୍ୟ ବିବେକ ଶ୍ରୀବତ୍ସ କହିଥିଲେ, ଭାରତରେ ଶୀଘ୍ର ଇଭି ଆପଣେଇବା ପାଇଁ ଏକ ଚମତ୍କାର, ଷ୍ଟାଇଲିଶ, ବ୍ୟବହାରିକ ବାସ୍ତବ ସମାଧାନ ଲକ୍ଷ୍ୟରେ ନେକ୍ସନ ଇଭି’କୁ ଭାରତର ନିଜସ୍ବ ବୈଦ୍ୟୁତିକ ଏସ୍‌ୟୁଭି ଭାବେ ପ୍ରସ୍ତୁତ କରାଯାଇଥିଲା।

Share