ଖବରକାଗଜ ବିତରକରୁ ହେଲେ ସରପଞ୍ଚ

ବାସୁଦେବପୁର,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ସହରର ଖବରକାଗଜ ବିକ୍ରେତା ଗୌରାଙ୍ଗ ଚନ୍ଦ୍ର ପଣ୍ଡା ନରସିଂହପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଗୌରାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୪୦ ଖଣ୍ଡ ଅଧିକ ଭୋଟ ପାଇ ଜିତିଛନ୍ତି। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ସ୍ବାଗତ ଜଣାଇବା ସହ ଲୋକଙ୍କ ସେବାରେ ବ୍ରତୀ ରହିବାକୁ ପରାମର୍ଶ ଦେଇଥିଲେ। ଖବରକାଗଜ ବିକ୍ରେତାରୁ ସରପଞ୍ଚ ହେବା ପଛରେ ପଞ୍ଚାୟତବାସୀଙ୍କ ସ୍ନେହ, ପ୍ରେରଣା ଏବଂ ଭଲ ପାଇବା ବୋଲି ଗୌରାଙ୍ଗ କହିଛନ୍ତି। ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ସେତେବେଳେ ସେ ବାପାଙ୍କ ସହ ନରସିଂହପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଅଜ୍ଞତାବଶତଃ ସେ ସରପଞ୍ଚଙ୍କ ଚେୟାରରେ ବସି ପଡ଼ିଥିଲେ। ସରପଞ୍ଚ ଜଣଙ୍କ ତାଙ୍କ କାନ ମୋଡ଼ି ଦେଇଥିଲେ। ସେବେଠାରୁ ଯେଉଁଦିନ ହେଲେ ବି ସରପଞ୍ଚ ସିଟ୍‌ରେ ବସିବେ ବୋଲି ତାଙ୍କର ସ୍ବପ୍ନ ରହିଥିଲା। ତାଙ୍କ ସ୍ବପ୍ନ ପୂରଣ ହୋଇଥିବା ଗୌରାଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ମାର୍ଗରେ ହୋଇ ନ ପାରେ ରାଜ୍ୟସ୍ତରୀୟ ପରେଡ୍‌: ୩ ସ୍ଥାନ ବୁଲି ଦେଖିଲେ ଡିଜିପି, ସିପି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ରାଜ୍ୟରେ ୭୨ତମ ସ୍ବାଧୀନତା ଦିବସ ପାଳନ ପାଇଁ ଚାଲିଛି ପ୍ରସ୍ତୁତି। ସବୁଥର ପରି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ...

ଚାନ୍ଦିପୁରରୁ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌,୩୦।୯: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ରୁଷିଆ ମିଳିତ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ କ୍ରୁଜ୍‌...

ରଣପୁର ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର:୨୪ ବଦଳରେ ଖୋଲା ରହୁଛି ୬ଘଣ୍ଟା

ରଣପୁର,୨୪ା୭ (ସ୍ବ.ପ୍ର.): ସରକାର ରୋଗୀ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରଚଳନ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ...

ଆଦର୍ଶ ବିବାହ: ବାଳାଶ୍ରମର ସସ୍ମିତାଙ୍କୁ ଜୀବନସାଥୀ କଲେ ହରିୟାଣାର ଧର୍ମବୀର

ବରଗଡ଼ ଅଫିସ,୧୨।୩- ବିବାହରେ ନ ଥିଲା ଯାନିଯୌତୁକ। କେବଳ ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗସ୍ଥିତ ବିମଳାଦେବୀ ବାଳାଶ୍ରମର ଜଣେ ଅସହାୟ ଯୁବତୀ...

କୁମ୍ଭୀରଭରା ନଦୀରେ ଜୀବନ ବାଜି

ମହାକାଳପଡ଼ା,୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜୀବିକା ପାଇଁ ଜୀବନ ମରଣ ଦୋଛକିରେ ଅଭାବୀ ମଣିଷ। ପେଟ ଚାଖଣ୍ଡେ ପାଇଁ କୁମ୍ଭୀର ଭରା ନଦୀରେ ଦୈନଦିନ ଚାଲିଛି ଜୀବିକା...

ପୌରଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପର ନିର୍ବାଚନ ହେବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ୧୦୭ଟି ପୌର ପରିଷଦ...

ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷ ପଦବୀ ମହିଳାଙ୍କ ଲାଗି ସଂରକ୍ଷଣ

ପୁରୁଷୋତ୍ତମପୁର,୧୫ା୧(ଡି.ଏନ୍‌.ଏ): ଗଞ୍ଜାମ ଜିଲାର ୧୪ଟି ଓ୍ବାର୍ଡ ବିଶିଷ୍ଟ ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାଚନ ଲାଗି ଅଧ୍ୟକ୍ଷ ପଦବୀଟି କେବଳ ମହିଳାଙ୍କ ନିମନ୍ତେ ସଂରକ୍ଷଣ ଥିବା ନେଇ ରାଜ୍ୟ...

ପୁରୀଠାରୁ ୯୬୦ କିଲୋମିଟର ଦୂରରେ ବାତ୍ୟା

ଭୁବନେଶ୍ୱର,୮ା୫(ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ୧୩ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ‘ଅସାନି’ ପୁରୀଠାରୁ ଦକ୍ଷିଣ ଓ...

Advertisement
Archives

Model This Week