Categories: ଜାତୀୟ

ବିବାହ ରାତିରେ ଚାଳିଗଲା ନବଦମ୍ପତିଙ୍କ ଜୀବନ

ନୂଆଦିଲ୍ଲୀ, ୪ା୬: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ରାତିରେ ଏକ ନବଦମ୍ପତିଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ମୃତ୍ୟୁ ହୃଦ୍‌ଘାତ ଜନିତ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ହେଲେ ମୃତ୍ୟୁକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ମିଳିଥିବା ସୂଚନା ମୁତାବକ ମେ’ ୩୦ତାରିଖରେ ପ୍ରତାପ ଯାଦବ(୨୨)ଙ୍କୁ ପୁଷ୍ପା(୨୦)ବିବାହ କରିଥିଲେ। ଉଭୟ ବିବାହ ପରେ ପ୍ରକୋଷ୍ଠକୁ ଯାଇଥିଲେ। ୩୧ ତାରିଖ ସକାଳେ ସେମାନଙ୍କ ମୃତଦେହ ମିଳିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ନବଦମ୍ପତିଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ଏସ୍‌ପି ପ୍ରଶାନ୍ତ ବର୍ମା ସୂଚନ ଦେଇଛନ୍ତି। ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ଉଭୟଙ୍କ ଅନ୍ତିମ ସତ୍କାର କରାଯାଇଥିଲା।

Share