Posted inଅପରାଧ

ସନ୍ଦିଗ୍ଧ ଅବସ୍ଥାରେ ନବଦମ୍ପତିଙ୍କ ମୃତ ଦେହ ଉଦ୍ଧାର; ୪ ଦିନ ତଳେ କରିଥିଲେ ବିବାହ

ଗାଜିଆବାଦ, ୪।୭- ଉତ୍ତର ପ୍ରଦେଶ ଗାଜିଆବାଦସ୍ଥିତ ଆରକେ ପୁରମ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିବାହର ୪ ଦିନ ମଧ୍ୟରେ ସନ୍ଦିଗ୍ଧ ଅବସ୍ଥାରେ ନବଦମ୍ପତିଙ୍କ ଶବ ଉଦ୍ଧାର କରାଯାଇଛି। ଗୋବିନ୍ଦପୁରରେ କୋଚିଂ ସେଣ୍ଟର ଖୋଲି ଶିକ୍ଷକତା କରୁଥିବା ବିଶାଳ ଓ ଏକ ପ୍ରତିଷ୍ଠିତ କମ୍ପାନୀରେ ଉଚ୍ଚପଦସ୍ଥ ଅଧିକାରୀ ଥିବା ନିଶାଙ୍କ ମଧ୍ୟରେ ଗତ ଜୁନ ୨୯ରେ ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟ ଭିନ୍ନ ଜାତିର ହୋଇଥିଲେ ମଧ୍ୟ ପରିବାରଙ୍କ ସହମତିରେ ବିବାହ କରିଥିଲେ। ବିବାହର ଦୁଇ ତିନିଦିନ ପର୍ଯ୍ୟନ୍ତ ବିଶାଳଙ୍କ ଘରେ ଉତ୍ସବର ମାହୋଲ ଲାଗି ରହିଥିଲା। ତେବେ ଜୁଲାଇ ୨ ସକାଳେ ବିଶାଳ କୋଚିଂ ସେଣ୍ଟରକୁ ଯାଇଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରି ନ ଥିଲେ। ଏହାପରଦିନ ତାଙ୍କ ମୃତଦେହ ସ୍ଥାନୀୟ ରେଳ ଲାଇନ କଡ଼ରୁ ମିଳିଥିଲା। ଏହାପରେ ବିଶାଳଙ୍କ ଅନ୍ତିମ ସଂସ୍କାର ଶେଷହେବା ପରେ ନିଶାଙ୍କ ପରିବାର ତାଙ୍କୁ ଘରକୁ ନେଇଆସିଥିଲେ। କିନ୍ତୁ ଶନିବାର ସକାଳେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ନିଶାଙ୍କ ଶବ ଘରୁ ମିଳିଥିଲା। କିନ୍ତୁ ୪ ଦିନ ମଧ୍ୟରେ କାହିଁକି ନବ ଦମ୍ପତି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଭୟ ପରିବାର ଲୋକଙ୍କୁ ପୃଥକ ପୃଥକ ଜେରା ସରିଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ସ୍ବାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟାର କିଛି ଠୋସ୍‌ କାରଣ ଖୋଜିପାରିନାହିଁ। ତେବେ ଉଭୟଙ୍କ ଫୋନକୁ ଜବତ କରି ପୋଲିସ ବର୍ତ୍ତମାନ କଲ୍‌ ରେକଡର୍‌ସ, ମେସେଜ ଇତ୍ୟାଦି ଯାଞ୍ଚ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri