ଭୁବନେଶ୍ୱରରୁ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୨୪୯ ରହିଛି ଲୋକାଲ କେସ୍‌

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ମଙ୍ଗଳବାର ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୬ ଜଣ ରହିଥିବା ବେଳେ ୨୪୯ ଲୋକାଲ କେସ୍‌ ରହିଛି। ଏ ନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି। ଏଥିସହ ୩୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ବରଗଡ଼ରୁ ୩ ଜଣ ରହିଥିବା ବେଳେ ବାପୁଜୀ ନଗର ୩, ବରମୁଣ୍ଡା ୬, ବିଜେବି ନଗର ୪, ବମିଖାଲ ୫, ଚନ୍ଦ୍ରଶେଖରପୁର ୪, ଚକେଇଶିଆଣି ୩, ପଟିଆ ୨୨, ମଞ୍ଚେଶ୍ୱର ୪, ଲକ୍ଷ୍ମୀସାଗର ୯, ଖାରବେଳ ନଗର ୪, ଶେଳଶ୍ରୀ ବିହାର ୬, ଜୟଦେବ ବିହାର ୩, ଜାଗମରା ୩, ଘାଟିକିଆ ୪, ଓଲଡ ଟାଉନ୍‌ ୪, ପାତ୍ରପଡ଼ା ୮, ରସୁଲଗଡ଼ ୭, ସାଲିଆ ସାହି ୪, ସତ୍ୟନଗର ୭, ସହିଦନଗର ୧୨, ନୟାପଲ୍ଲୀ ୧୯, ନୀଳାଦ୍ରି ବିହାର ୩, ଫରେଷ୍ଟ ପାର୍କ ୪, ୟୁନିଟ-୯ ୪, ୟୁନିଟ-୮ରୁ ୭, ୟୁନିଟ-୬ରୁ ୪, ୟୁନିଟ-୪ରୁ ୪, ୟୁନିଟ-୩ରୁ ୭ ଲୋକାଲ କେସ ଚିହ୍ନଟ ହୋଇଛି।

ସୂଚନାଯୋଗ୍ୟ, ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୩୯୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୭୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।