ନବଜାତକଙ୍କ ଫୁଟ୍‌ ପ୍ରିଣ୍ଟ୍‌ ନିଆଯିବା ସହ ଟ୍ୟାଗ୍‌ ଲଗାଯିବ

ଭୁବନେଶ୍ୱର, ୭।୧୦(ଅସମାପିକା ସାହୁ): କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଡିଏନ୍‌ଏ ରିପୋର୍ଟ ଆସିବା ପରେ ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଏଭଳି ଘଟଣା ପାଇଁ ହସ୍ପିଟାଲ ବଦନାମ ହୋଇଥିବାରୁ ଆଗକୁ ଯେପରି ଏହା ନ ଘଟିବ ସେଥିପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏଣିକି ନବଜାତଙ୍କ ଗୋଡ଼ରେ ଟ୍ୟାଗ୍‌ ଲାଗିବ। ଜନ୍ମ ହେବା ମାତ୍ରେ ଫୁଟ୍‌ ପ୍ରିଣ୍ଟ ରଖାଯିବ। ଝିଅ କିମ୍ବା ପୁଅ ହୋଇଥିଲେ ଆଟେଣ୍ଡାଣ୍ଟମାନେ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ। ଫଳରେ ଆଉ ଭୁଲ୍‌ ମେସେଜ ଯିବ ନାହିଁ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି। ଏଥିସହ ଶିଶୁ ବଦଳ ନେଇ ମିଥ୍ୟା ଅଭିଯୋଗ ଆଣିଥିବା ପ୍ରାଣକୃଷ୍ଣଙ୍କ ଉପରେ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି, ଜଣେ ଲୋକଙ୍କ ହୀନ ମାନସିକତା ଓ ଅବାଞ୍ଝିତ ମନ୍ତବ୍ୟ ପାଇଁ ହସ୍ପିଟାଲ ବଦନାମ ହେଲା। ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା। ଏଭଳି କାର୍ଯ୍ୟ କରି ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ନିର୍ଦ୍ଦେଶକ ସାହୁ କହିଛନ୍ତି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ମନ୍ତବ୍ୟ ପରେ ପ୍ରାଣକୃଷ୍ଣ ନିଜ ପ୍ରତିକ୍ରିୟାରେ କହିଛନ୍ତି, ହସ୍ପିଟାଲରେ ମୋତେ ମିଛ ସୂଚନା ଦିଆଯିବାରୁ ମୁଁ ଡିଏନ୍‌ଏ ଟେଷ୍ଟ ପାଇଁ ବାଧ୍ୟ କଲି। ସେମାନେ ମୋତେ ଦୁଇ ପ୍ରକାର କଥା କାହିଁକି କହିଲେ। ତେଣୁ ମଁୁ ହସ୍ପିଟାଲ ନାଁରେ ମାନହାନୀ କେସ୍‌ କରିପାରିବି ବୋଲି ପ୍ରାଣକୃଷ୍ଣ କହିଛନ୍ତି।ସୂଚନାଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ନେଇ ଗତ ସେପ୍ଟେମ୍ବର ୨୬ରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ଅଭିଯୋଗ ଆଣିଥିଲେ। ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଝିଅ ଦିଆଯାଇଥିବାରୁ ସନ୍ଦେହ କରି କ୍ୟାପିଟାଲ ହସ୍ପିଟାଲ ଓ କ୍ୟାପିଟାଲ ଥାନାରେ ଏପରି ଅଭିଯୋଗ ଆଣିବା ସହ ଡିଏନ୍‌ଏ ଟେଷ୍ଟ ପାଇଁ ଦାବି କରିଥିଲେ। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଏହାର ତଦନ୍ତ କରି ପ୍ରାଣକୃଷ୍ଣଙ୍କର ଝିଅ ହୋଇଥିବା ସ୍ପଷ୍ଟ କରିଥିଲା। ହେଲେ ପ୍ରାଣକୃଷ୍ଣ ଡିଏନ୍‌ଏ ଟେଷ୍ଟ ପାଇଁ ଅଡି ବସିବାରୁ ଥାନା ପକ୍ଷରୁ ଏନେଇ କୋର୍ଟଙ୍କଠାରୁ ଅନୁମତି ଅଣାଯାଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri