Posted inଖେଳ

ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଡିନେଡିନ୍‌ (ନ୍ୟୁଜିଲାଣ୍ଡ), ୨୬ା୨(ଏପି)- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪ରନରେ ରେମାଞ୍ଚକ ବିଜୟ ହାସଲ କରିଛି। ଫଳରେ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ଲାଭ କରିଛି। ଏହି ମ୍ୟାଚରେ ମାର୍ଟିନ ଗୁପ୍‌ଟିଲ ଫର୍ମକୁ ଫେରିଛନ୍ତି। ସେ ୫୦ ବଲ୍‌ରେ ଆକର୍ଷଣୀୟ ୯୭ ରନ କରିଛନ୍ତି। ନ୍ୟୁଜିଲାଣ୍ଡକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସେ ମ୍ୟାନ ଅଫ୍‌୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଗୁରୁବାର ୟୁନିଭର୍ସିଟି ଓଭାଲଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ଦଳ ଟସ୍‌ରେ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୨୧୯ ରନ କରିଥିଲା।
ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ମୋଟ ୧୮ଟି ଛକା ମାରିଥିଲେ। ଅନ୍ତର୍ଜାତୀୟ ଟି୨୦ରେ ଏହା ଏକ ରେକର୍ଡ। ପୁନଶ୍ଚ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ଛକା ମାରିବାରେ ଗୁପ୍‌ଟିଲ (୧୩୨) ଭାରତର ରୋହିତ ଶର୍ମା (୧୨୭)କୁ ଅତିକ୍ରମ କରିଯାଇଛନ୍ତି। ୫୩ ରନ କରିଥିବା କେନ୍‌ ଓ୍ବିଲିୟମସନ ୩ଟି ଛକା ଲଗାଇଥିଲେ। ଗୁପ୍‌ଟିଲ ଓ ଓ୍ବିଲିୟମସନ ଦ୍ୱିତୀୟ ଉଇକେଟ ପାର୍ଟନରଶିପ୍‌ରେ ୧୩୧ ରନ ଯୋଗ କରିଥିଲେ। ଘରୋଇ ଦଳର ଅନ୍ୟତମ ସଫଳ ବ୍ୟାଟ୍ସବ୍ୟାନ ଜିମି ନିଶାମ ୪୫ ରନ କରି ଅପରାଜିତ ରହିଥିଲେ। ସେ ୧୬ଟି ବଲ୍‌ର ସମ୍ମୁଖୀନ ହୋଇ ୧ ଚୌକା ଓ ୬ ଛକ ଲାଗାଇଥିଲେ। ସେ ସାମ୍ନା କରିଥିବା ପ୍ରଥମ ୨ଟି ବଲ୍‌ରେ ଦୁଇଟି ଛକା ଲଗାଇଥିଲେ। ଇନିଂସର ଫାଇନାଲ ବଲ୍‌ରେ ମଧ୍ୟ ଏକ ଛକା ମାରିଥିଲେ। ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବୋଲର କେନ୍‌ ରିଚାର୍ଡସନ ୪୩ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୩ ଓଭରରେ ୬ ଉଇକେଟ ହରାଇ ସଙ୍କଟରେ ପଡିଥିଲା। କିନ୍ତୁ ମାର୍କସ ଷ୍ଟୋଇନିସ୍‌ (୩୭ ବଲ୍‌ରୁ ୭୮) ଏବଂ ଡାନିଏଲ ସାମ୍ସ (୧୫ ବଲ୍‌ରୁ ୪୧) ୬.୧ ଓଭରରେ ପାର୍ଟନରଶିପ୍‌ରେ ୯୨ରନ ଯୋଗ କରି ଅଷ୍ଟ୍ରେଲିଆ ପାଇଁ ସମ୍ଭାବନା ସୃଷ୍ଟି କରିଥିଲେ। ଜୋସ୍‌ ଫିଲିପ୍‌ ୪୫ରନ କରିଥିଲେ। ମ୍ୟାଚ ଜିତିବା ପାଇଁ ଅନ୍ତିମ ଓଭର ବେଳକୁ ଭ୍ରମଣକାରୀ ଦଳ ୧୫ ରନ ଆବଶ୍ୟକ କରୁଥିବାବେଳେ ହାତରେ ଆଉ ୪ଟି ଉଇକେଟ ରହିଥିଲା। ଏହି ଓଭରରେ ଜିମ୍ମି ନିଶାମ ବୋଲିଂ କରିବାକୁ ଆସିଥିଲେ। ସେ ଷ୍ଟୋଇନିସ ଓ ସାମ୍ସଙ୍କ ଉଇକେଟର ପତନ ଘଟାଇ ମ୍ୟାଚକୁ ନ୍ୟୁଜିଲାଣ୍ଡ ସପକ୍ଷରେ ନେଇ ଆସିଥିଲେ।
ସଂକ୍ଷିପ୍ତ ସ୍କୋର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri