Posted inଖେଳ

ସମସ୍ତ ପ୍ରକାର ଫର୍ମଟରୁ ଅବସର ଘୋଷଣା କଲେ ମାର୍ଟିନ ଗୁପ୍ଟିଲ୍, ଭାରତ ମୁହଁରୁ ଛଡାଇ ନେଇଥିଲେ ବିଜୟ

ନୂଆଦିଲ୍ଲୀ,୮।୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦୁର୍ଦଶ ବ୍ୟାଟର ମାର୍ଟିନ ଗୁପ୍ଟିଲ୍। ୩୮ ବର୍ଷୀୟ ଗୁପ୍ଟିଲ୍ ତାଙ୍କ ୧୪ ବର୍ଷର ଲମ୍ବା କ୍ୟାରିୟରରେ ସମସ୍ତ ପ୍ରକାର ଫାର୍ମଟରେ ନ୍ୟୁଜିଲାଣ୍ଡ ପାଇଁ ୩୬୭ ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ତାଙ୍କର ୨୩ ଟି ଶତକ ସାମିଲ ରହିଛ।

ନ୍ୟୁଜିଲାଣ୍ଡ ଖେଳାଳି ଭାବେ ସେ ଟି୨୦ ରେ ୧୨୨ ମ୍ୟାଚ୍ ଖେଳି ସର୍ବାଧିକ ୩,୫୩୧ ରନ୍ ସ୍କୋର କରିଛନ୍ତି। ସେହିପରି ସେ ଦିନିକିଆରେ ୭,୩୪୬ ରନ୍ ସ୍କୋର କରି ରସ ଟେଲର ଏବଂ ଷ୍ଟେଫେନ ଫ୍ଲେମିଂଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି।

୨୦୦୯ ରେ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିବା ଗୁପ୍ଟିଲ୍ ନ୍ୟୁଜିଲାଣ୍ଡର ପ୍ରଥମ ଖେଳାଳି ଭାବେ ପଦାର୍ପଣ ମୁକାବିଲାରେ ଶତକ ହାସଲ କରିଥିଲେ।

ଅବସର ଘୋଷଣା କରି ସେ ଲେଖିଛନ୍ତି, “ଏକ ଛୋଟ ପିଲା ଭାବରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଖେଳିବା ସର୍ବଦା ମୋର ସ୍ୱପ୍ନ ଥିଲା ଏବଂ ମୁଁ ମୋ ଦେଶ ପାଇଁ ୩୬୭ ଟି ମ୍ୟାଚ୍ ଖେଳିଥିବାରୁ ମୁଁ ଅତ୍ୟନ୍ତ ଭାଗ୍ୟବାନ ଏବଂ ଗର୍ବିତ ଅନୁଭବ କରେ। ଏକ ବଡ଼ ଦଳ ସହିତ ରୂପା ଜର୍ସି ପିନ୍ଧିଥିବା ସ୍ମୃତିକୁ ମୁଁ ସବୁଦିନ ପାଇଁ ମନେ ରଖିବି ”ବୋଲି ଗୁପ୍ଟିଲ୍ କହିଛନ୍ତି।

ଏହି ଅବସରରେ ସେ ପତ୍ନୀ ଦୁଇ ପିଲା, ସମସ୍ତ ଦଳର ସାଥୀ ଖେଳାଳି ବଂ କୋଚିଂ କର୍ମଚାରୀଙ୍କୁ ବିଶେଷ ଭାବରେ ମାର୍କ ଓ’ଡୋନେଲଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ।

ଟେଷ୍ଟ ବିଷୟରେ କହିଲେ ଗୁପ୍ଟିଲ୍ ୪୭ ଟି ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ୨୫୮୬ ରନ୍ କରିଥିଲେ। ତାଙ୍କର ତିନୋଟି ଟେଷ୍ଟ ଶତକ ମଧ୍ୟ ରହିଛି। ଯାହା ସେ ୨୦୧୦ ରେ ବାଂଲାଦେଶ ବିପକ୍ଷରେ ୧୮୯, ୨୦୧୧ ରେ ଜିମ୍ବାୱେ ବିପକ୍ଷରେ ୧୦୯ ଏବଂ ୨୦୧୫ ରେ ଶ୍ରୀଲଙ୍କା ବିପକ୍ଷରେ ୧୫୬ ରନ୍ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri